Latest Odisha News

BREAKING NEWS

କୌଣସି ଖେଳାଳି କୋହଲିଙ୍କ ବିରୋଧରେ ଅଭିଯୋଗ କରି ନାହାନ୍ତି: ବିସିସିଆଇ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ କୌଣସି ଖେଳାଳି ଅଭିଯୋଗ କରି ନାହାନ୍ତି ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁନ ଧୁମାଲ ଗୁରୁବାର କହିଛନ୍ତି । କେତେକ ଗଣମାଧ୍ୟମରେ ରୋହିତ ଶର୍ମା, କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ମିଥ୍ୟା ଖବର ପ୍ରକାଶ ପାଉଛି ବୋଲି ସେ କହିଛନ୍ତି । ବିସିସିଆଇ ଏ ନେଇ ତାର ମତ ରଖିସାରିଛି । ପ୍ରତ୍ୟେକ ମିଥ୍ୟା ଖବର ପାଇଁ ଆମକୁ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

ଭାରତୀୟ କ୍ରିକେଟ ଟିମ ଏକ ଶୃଙ୍ଖଳିତ ଦଳ । ପ୍ରଥମେ ରୋହିତଙ୍କୁ ଉପଅଧିନାୟକ ପଦରୁ ହଟାଇବା ପାଇଁ କୋହଲି ଚାହୁଁଛନ୍ତି ଖବର ପ୍ରକାଶ ପାଇଲା । ତା ପରେ ଅଶ୍ୱୀନଙ୍କ ଅଭିଯୋଗ ଏବଂ ଟି୨୦ ବିଶ୍ୱକପ ଦଳ ପରିବର୍ତନ ହେବ ଭଳି ନ୍ୟୁଜ ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଧୁମାଲ ଏହା କହିଛନ୍ତି ।

Leave A Reply

Your email address will not be published.