Latest Odisha News

BREAKING NEWS

କଂଗ୍ରେସ ଛାଡିବାର ପ୍ରଶ୍ନ ଉଠୁନାହିଁ: ନବ ଦାସ

ଝାରସୁଗୁଡା : ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡା ବିଧାୟକ ନବ ଦାସ ଶୁକ୍ରବାର ଦିନ ଗଣମାଧ୍ୟମକୁ ସ୍ପଷ୍ଟ କରି କହିଛନ୍ତି ଯେ ଦଳ ଛାଡିବାର ପ୍ରଶ୍ନ ଉଠୁନାହିଁ ।

ମୁଁ ବିଜୁ ଜନତା ଦଳ(ବିଜେଡି)ରେ ଯୋଗ ଦେବାନେଇ ଅନେକ ଚର୍ଚ୍ଚା ଚାଲୁଥିଲା । ଆପଣ ମାନଙ୍କୁ ମୁଁ ଗୋଟେ କଥା କହି ରଖିବାକୁ ଚାହେଁ, ମୋ ଛାତ୍ର ଜୀବନରୁ ମୁଁ କଂଗ୍ରେସରେ ରହି ଆସିଅଛି । ମୋ ନିଷ୍ଠାପରତା ତଥା ଦାୟିତ୍ୱବୋଧତା ଯୋଗୁଁ ଏଆଇସିସି ମୋତେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି, ମୁଁ ମଧ୍ୟ ଏହି ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ଆସୁଅଛି । ଯେହେତୁ ଦଳ ମୋ କର୍ତ୍ତବ୍ୟ ଉପରେ ଅତୁଟ ବିଶ୍ୱାସ ରଖିଛନ୍ତି, ତେଣୁ ଦଳ ଛାଡିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ନବ ଦାସ ।

ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଠାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ରାସ୍ତା ଉଦଘାଟନ୍ ଅବସରରେ କଂଗ୍ରେସ ନେତା ନବ ଦାସ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା । ଏହି ସାକ୍ଷାତକୁ ନେଇ ବିଜେଡି ଶିବିରରେ ସେହି ସମୟରେ ବେଶ ଉତ୍ସାହ ପରିଲିଖିତ ହୋଇଥିବା ବେଳେ କଂଗ୍ରେସ ଶିବିରରେ ନୈରାଶ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ ଝାରସୁଗୁଡା ବିଧାୟକଙ୍କ ଉତ୍ତମ ସମ୍ପର୍କ ସବୁବେଳେ ରାଜନୈତିକ ଚର୍ଚ୍ଚାର ପରିସରକୁ ଆସିଥାଏ ।

ଝାରସୁଗୁଡା ଠାରେ ଅନୁଷ୍ଠିତ ହୋଇଥିବା ଏହି ଏକ୍ସପ୍ରେସ ୱେ ଉଦଘାଟନ୍ ପରିପ୍ରେକ୍ଷୀରେ ନବ ଦାସଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ମୁହୂର୍ତ୍ତର ଫଟୋକୁ ନେଇ ସେହି ସମୟରେ ବେଶ ଚର୍ଚ୍ଚା ହୋଇଥିଲା ଏବଂ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇ ରାଜନୈତିକ ଝଡ ମଧ୍ୟ ସୃଷ୍ଟି କରିଥିଲା ।

Leave A Reply

Your email address will not be published.