Latest Odisha News

BREAKING NEWS

ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଶନିବାର ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗୌହାଟୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଏହି ବିମାନରେ ଯାତ୍ରା କରୁଥିବା ଜଣେ ଶିଶୁର ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯିବାରୁ ପରିବାର ବର୍ଗଙ୍କ ଅନୁରୋଧ କ୍ରମେ ବିମାନର ଜରୁରୀ ଅବତରଣ କରାଯାଇଥିବା ନେଇ ଜଣାପଡିଛି ।

ବିମାନର ଜରୁରୀ ଅବତରଣ ପାଇଁ ବିମାନର ପାଇଲଟ ପକ୍ଷରୁ ପ୍ରଥମେ ବିଜୁ ପଟ୍ଟନାୟକ ଆର୍ନ୍ତଜାତିକ ବିମାନବନ୍ଦରର ଏୟାର ଟ୍ରାଫିକ୍ କଂଣ୍ଟ୍ରୋଲ ସହିତ ସମ୍ପର୍କ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏୟାର ଟ୍ରାଫିକ୍ କଂଣ୍ଟ୍ରୋଲର ଜରୁରୀ ଅବତରଣ ପାଇଁ ସହମତି ମିଳିବା କ୍ଷଣି ଇଣ୍ଡିଗୋ ବିମାନଟି ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ଅବତରଣ କରିଥିଲା।

ଆହୁରି ମଧ୍ୟ ବିମାନ ଅବତରଣ ପରେ ଉକ୍ତ ଅସୁସ୍ଥ ଶିଶୁଟିକୁ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.