Latest Odisha News

BREAKING NEWS

ଚଳିତ ବର୍ଷ ଅଁଳା ନବମୀରେ ରାଧା ପାଦ ଦର୍ଶନ କରିପାରିବେନି ଭକ୍ତ

ପୁରୀ: ଚଳିତ ବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ଆଜି ବସିଥିବା ପ୍ରଥମ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସେବାୟତ, ପୁରୀ ଏସପି ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଖିଲେ । ଏଥି ସହ କୋଭିଡ୍ କଟକଣା ମଧ୍ୟରେ ନୀତିକାନ୍ତି ସମ୍ପନ୍ନ ହେବ ।

ସୂଚନାଯୋଗ୍ୟ ଯେ, କାର୍ତ୍ତିକ ମାସରେ ରାଧାପାଦ ଦର୍ଶନର ସ୍ୱତନ୍ତ୍ର ପରମ୍ପରା ରହିଛି । ବର୍ଷ ସାରା ଠାକୁରାଣୀଙ୍କ ପାଦ ଆବୃତ୍ତ ରଖିବାର ପରମ୍ପରା ରହିଥାଏ । ଅଁଳା ନବମୀରେ ଠାକୁରାଣୀ ଓଡିଆଣୀ ବେଶ ହୁଅନ୍ତି । ଏହି ଦିନ ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରିପାରିଥାନ୍ତି । ତେଣୁ ଲୋକଙ୍କର ଭିଡ ଜମିଥାଏ ।

Leave A Reply

Your email address will not be published.