Latest Odisha News

BREAKING NEWS

ରାଜସ୍ଥାନରେ କରୋନାର ସେକେଣ୍ଡ ୱେଭ, ସବୁ ଜିଲ୍ଲାରେ ଲାଗୁ ହେବ ୧୪୪ ଧାରା

ଦେଶର ବିଭିନ୍ନ ରାଜ୍ୟରେ କରୋନାର ସେକେଣ୍ଡ ୱେଭ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କଟକଣା ଲଗାଉଛନ୍ତି ସରକାର । ରାଜସ୍ଥାନରେ ବି ପଦକ୍ଷେପ ଗ୍ରହଣ କରାଯାଇଛି । ସବୁ ଜିଲ୍ଲାରେ ପୁଣି ଥରେ ୧୪୪ ଧାରା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୧ ନଭେମ୍ବରରୁ ୧୪୪ ଧାରା ଲାଗୁ କରିବା ପାଇଁ ଜିଲ୍ଲା ଅଧିକାରୀଙ୍କୁ କହିଛନ୍ତି ରାଜ୍ୟ ସରକାର । ରାଜସ୍ଥାନରେ ଶୀତ ବଢିବା ସହିତ ନଭେମ୍ବର ଦ୍ବିତୀୟ ସପ୍ତାହରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦେଶରେ ପ୍ରଥମ ଥର ପାଇଁ ନଭେମ୍ବର ୧୯ ତାରିଖରେ ରେକର୍ଡ ଅଢେଇ ହଜାରରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ଗୋଟିଏ ଦିନରେ ୧୫ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍ । ତେଣୁ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଗତ ୮ ମାସ ମଧ୍ୟରେ ଜୟପୁରରେ ପ୍ରଥମ ଥର ସର୍ବାଧିକ ୫୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଦିନ ହେବ ଜୟପୁରରେ ୪୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସହରରେ କରୋନା ମୃତ୍ୟୁ ସଂଖ୍ୟା ୪୦୩ରେ ପହଞ୍ଚିଛି । ଜୟପୁର ସହିତ ଯୋଧପୁର, ଅଲବର, ବିକାନୋର, ଅଜମେର ଆଦି ସହରରେ ଆକ୍ରାନ୍ତଙ୍କ ସଖ୍ୟା ବୃଦ୍ଧି ପାଉଛି । ରାଜସ୍ଥାନରେ ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୪ ହଜାର ୯୦୭କୁ ବୃଦ୍ଧି ପାଇଛି । ସେହିପରି୨୧୧୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଲାଣି । ଏବେ ଆକ୍ଟିଭ୍ କେସ୍ ୪୧୦୦୩ ରହିଛି ।

Leave A Reply

Your email address will not be published.