Latest Odisha News

BREAKING NEWS

ପୁଣି ଥରେ ରାଧେ ମୋହନ ହେବେ ସଲମାନ, ଆସିବ ‘ତେରେ ନାମ୍’ର ସିକ୍ବେଲ !

୨୦୦୩ ମସିହାରେ ରିଲିଜ୍ ହୋଇଥିବା ସଲମାନ ଖାନଙ୍କ ମୁଭି ‘ତେରେ ନାମ୍’ ସୁପର ଡୁପର ହିଟ୍ ହୋଇଥିଲା । ଏଥିରେ ରାଧେ ମୋହନ ଭୂମିକାରେ ନଜର ଆସିଥିଲେ ସଲମାନ । ଲମ୍ବା ଲମ୍ବା କେଶ ସହ ସଲମାନଙ୍କ ଲୁକକୁ ଲୋକେ ପସନ୍ଦ କରିଥିଲେ । ଫିଲ୍ମ ବମ୍ପର କଲେକ୍ସନ କରିଥିଲା । ଦେଶର ବିଭିନ୍ନ ସ୍ଥାନରେ ଲମ୍ବା କେଶ ରଖିଥିବା ଅନେକ ରାଧେ ମୋହନକୁ ଦେଖିବାକୁ ମିଳିଲା । ତେରେ ନାମରେ ସଲମାନଙ୍କ ଲମ୍ବା କେଶ ଟ୍ରେଣ୍ଡ ପାଲଟି ଯାଇଥିଲା । ଏବେ ପୁଣି ଥରେ ରାଧେ ମୋହନ ଭୂମିକାରେ ନଜର ଆସିପାରନ୍ତି ସଲମାନ । ଫିଲ୍ମ ‘ତେରେ ନାମ୍’ର ସିକ୍ବେଲ ତିଆରି ପାଇଁ ଯୋଜନା ହେଉଛି ।

ଫିଲ୍ମ ‘ତେରେ ନାମ୍’ର ନିର୍ଦ୍ଦେଶକ ଥିଲେ ସତୀଶ କୌସିକ । ନିକଟରେ ଏକ ସାକ୍ଷାତକାରରେ ସତୀଶ କହିଛନ୍ତି ସେ ‘ତେରେ ନାମ୍’ର ସିକ୍ବେଲ ତିଆରି କରିପାରନ୍ତି । ତାଙ୍କଠାରେ ଅନେକ କାହାଣୀ ରହିଛି । ଯେଉଁ କାହାଣୀ ତେରେ ନାମର କାହାଣୀକୁ ଆଗକୁ ନେଇପାରିବ । କେବଳ ସଲମାନଙ୍କ ସହ କଥାବାର୍ତ୍ତା ବାକି ରହିଛି । ସଲମାନଙ୍କ ସହ ସେ ଏପର୍ଯ୍ୟନ୍ତ ଆଇଡିଆ ସେୟାର କରିନଥିବା କହିଛନ୍ତି । ସତୀଶ କହିଛନ୍ତି ‘ତେରେ ନାମ୍’ର କାହାଣୀ ଯେଉଁଠି ଶେଷ ହୋଇଛି, ସେହିଠାରୁ ହିଁ ସିକ୍ବେଲ ନିର୍ମାଣ କରାଯାଇପାରେ ।

୨୦୦୩ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ସଲମାନଙ୍କ ଅପୋଜିଟରେ ଭୂମିକା ଚାୱଲାଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଜରିଆରେ ଭୂମିକା ବଲିଉଡରେ ଡେବ୍ୟୁ କରିଥିଲେ । ଏଥିପାଇଁ ତାଙ୍କୁ ବେଷ୍ଟ ଡେବ୍ୟୁ ଆୱାର୍ଡ ମଧ୍ୟ ମିଳିଥିଲା । ଫିଲ୍ମର ଗୀତ ଗୁଡ଼ିକ ବେଶ ହିଟ୍ ହୋଇଥିଲା ।

Leave A Reply

Your email address will not be published.