Latest Odisha News

BREAKING NEWS

୩ ବର୍ଷ ପାଇଁ ଇଲେକ୍ଟ୍ରିକ ଗାଡି ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ

ନୂଆଦିଲ୍ଲୀ: ବୈଦ୍ୟୁତିକ ଯାନର ବିକ୍ରି ଓ ବ୍ୟବହାରକୁ ବଢାଇବା ପାଇଁ ଉତ୍ତରପ୍ରଦେଶର ଯୋଗୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମୁତାବକ ଇଲେକ୍ଟ୍ରିକ ଗାଡି କିଣିଲେ ତିନି ବର୍ଷ ପାଇଁ ରୋଡ଼ ଟ୍ୟାକ୍ସ ଓ ରେଜିଷ୍ଟ୍ରେସନ ଶୁଳ୍କ ହଟାଇବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାବାଦ ଯଦି କେହି ରାଜ୍ୟରେ ନିର୍ମାଣ ହେଉଥିବା ଇଲେକ୍ଟ୍ରିକ ଗାଡି କିଣିବେ ତେବେ ତିନି ବର୍ଷ ବଦଳରେ ପାଞ୍ଚବର୍ଷ ଯାଏଁ କୌଣସି ଟିକସ ଦେବାକୁ ପଡିବ ନାହିଁ ।

ଏହି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରପ୍ରଦେଶ ଇଲେକ୍ଟ୍ରିକ ଯାନ ନିର୍ମାଣ ନୀତି ୨୦୨୨ ଅନୁସାରେ ଅକ୍ଟୋବର ୧୪, ୨୦୨୨ରୁ ଉତ୍ତରପ୍ରଦେଶରେ ବିକ୍ରି କରାଯାଇଥିବା ସମସ୍ତ ଇଲେକ୍ଟ୍ରିକ ଗାଡି ଉପରୁ ରୋଡ଼ ଟ୍ୟାକ୍ସ ହଟାଇବା ସହ ରେଜିଷ୍ଟ୍ରେସନ ଶୁଳ୍କ ନିଆଯିବ ନାହିଁ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର ଦେଉଥିବା ସବସିଡି ବ୍ୟତୀତ ଏହି ସବସିଡି ମିଳିବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବସିଡିକୁ ମିଶାଇଲେ ଦୁଇ ଚକିଆ ଯାନ ଉପରେ ୧୫ ହଜାର ଟଙ୍କା ଓ ଚାରିଚକିଆ ଯାନ ଉପରେ ୧ ଲକ୍ଷ ଟଙ୍କାର ରିହାତି ମିଳିବ ।

Leave A Reply

Your email address will not be published.