Latest Odisha News

BREAKING NEWS

ମାତ୍ର ୪ମିନିଟରେ ଚିହ୍ନିଲେ ୧୯୭ଦେଶର ଜାତୀୟ ପତାକା

ଚେନ୍ନାଇ: ବୟସ ମାତ୍ର ୩ବର୍ଷ । ହେଲେ ହେଲେ ମନେ ରଖିବାର ଶକ୍ତି ଅପାର । ସେଥିପାଇଁ ତ ଏତେ କମ୍ ବୟସରୁ ତାଙ୍କ ନାଁ ରହିଛି ଆନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡରେ । ମାତ୍ର ୪ମିନିଟରେ ଜାତୀୟ ପତାକା ଚିହ୍ନି ୧୯୭ଦେଶର ନାଁ କହିଲେ ଦର୍ଶନ । ସସିରେଖା ଏବଂ ଭରତଙ୍କ ପୁତ୍ର ଦର୍ଶନ ତାମିଲନାଡୁରେ ରୁହନ୍ତି । ଦର୍ଶନ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ କଲାମଙ୍କ ବିଶ୍ୱ ରେକର୍ଡରୁ ଏକ ପୁରସ୍କାର ମଧ୍ୟ ପାଇଛନ୍ତି।

ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାର ଜୀବା ନଗରରେ ରହୁଥିବା ଦର୍ଶନ ଏବେ ଏକ ଘରୋଇ ବିଦ୍ୟାଳୟରେ ଏଲକେଜିରେ ପାଠ ପଢନ୍ତି । ଦିଲ୍ଲୀସ୍ଥିତ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ୍ ଭିଲୁପୁରମର ଦର୍ଶନଙ୍କୁ ତାଙ୍କର ଅନନ୍ୟ କୃତିତ୍ୱକୂ ପ୍ରଶଂସା କରି ଏକ ପ୍ରମାଣପତ୍ର ଏବଂ ପଦକ ପ୍ରଦାନ କରିଛନ୍ତି। ଏବିଷୟରେ ଜାଣିବା ପରେ ଭିଲୁପୁରମ୍ ଜିଲ୍ଲା କଲେକ୍ଟର ଦର୍ଶନଙ୍କୁ ବ୍ୟକ୍ତିଗତ ଭାବେ ଡାକି ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

ଦର୍ଶନଙ୍କ ମା’କୁହନ୍ତି ଯେ, “ପାଠପଢ଼ା ବ୍ୟତୀତ ବାପାମାଆମାନେ ସେମାନଙ୍କ ପିଲାମାନଙ୍କୁ ବିଭିନ୍ନ ଜୀବନ କୌଶଳ ଶିକ୍ଷା ଦେବାରେ ଧ୍ୟାନ ଦେବା ଉଚିତ୍ । ଖେଳ ଖେଳିବା ବାହାନାରେ ମୁଁ ଦର୍ଶନକୁ ପତାକା ଚିହ୍ନି ଦେଶର ନାଁ କହିବାକୁ କହିଥିଲି। ସେ ଦୁଇ ସପ୍ତାହ ମଧ୍ୟରେ ସବୁ ମନେ ରଖିଥିଲା।

Leave A Reply

Your email address will not be published.