Latest Odisha News

ଆସନ୍ତାକାଲି ୮ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : କରୋନା କରୁଛି କଲବଲ । ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ଅନେକଙ୍କ ଜୀବନ ନେଲାଣି ଭାଇରସ । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ସଙ୍କଟ ଟିକାକରଣରେ ସାଜିଛି ବାଧକ । ଏଥିପାଇଁ ଆସନ୍ତାକାଲି ରାଜ୍ୟର ୮ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ ।

ଯେଉଁ ୮ଟି ଜିଲ୍ଲାରେ ଆସନ୍ତାକାଲି ବନ୍ଦ ରହିବ ଭ୍ୟାକ୍ସିନେସନ, ସେହି ଜିଲ୍ଲା ଗୁଡିକ ହେଲା, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା । ଟିକା ମିଳିବା ପରେ ଏହି ସବୁ ଜିଲ୍ଲାରେ ପୁଣି ଜାରି ରହିବ ଭ୍ୟାକ୍ସିନେସନ ।

Leave A Reply

Your email address will not be published.