Latest Odisha News

BREAKING NEWS

କୋଭିଡ୍‌ ପରିଚାଳନାରେ ବ୍ୟବହୃତ ସାମଗ୍ରୀ ଉପରୁ ହ୍ରାସ ପାଇଲା ଜିଏସ୍‌ଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ୪୪ତମ ଜିଏସ୍‌ଟି ପରିଷଦ ବୈଠକ ହୋଇଥିଲା। ଭିଡିଓ କନ୍‌ଫରେନିସଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଏହି ବୈଠକରେ କରୋନା ଲଢ଼େଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ମହାମାରୀ ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ମେଡିସିନ ଉପରେ କୌଣସି ପ୍ରକାରର ଟିକସ ଲାଗୁ ନ କରିବାକୁ ପରିଷଦରେ ନିଷ୍ପତ୍ତି ହୋଇଛି। ଏହାସହିତ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ କୋଭିଡ୍‌ ରିଲିଫ୍‌ ଏବଂ ପରିଚାଳନାରେ ବ୍ୟବହୃତ ନିର୍ଦ୍ଦିଷ୍ଟ ବସ୍ତୁ ଉପରୁ ଜିଏସ୍‌ଟି ହାର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ, ପରିଷଦ ପକ୍ଷରୁ କରୋନା ଔଷଧ, ପଲସ୍‌ ଅକ୍ସିମିଟର, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ, ହ୍ୟାଣ୍ଡ ସାନିଟାଇଜର, ଅକ୍ସଜେନ କନସେନଟ୍ରେଟର ଓ ମାସ୍କ ଭଳି ସାମଗ୍ରୀ ଉପରେ ଏଣିକି ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ। ତେବେ ପୂର୍ବଭଳି କରୋନା ଟିକା ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ।

ଏହି ବୈଠକରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଓ କର୍ପୋରେଟ୍‌ ଆଫାୟାର୍ସ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.