Latest Odisha News

BREAKING NEWS

ଅକ୍ସିଜେନ୍ ସିଲିଣ୍ଡର ବେଝେଇ ଗାଡିରେ ଗଂଜେଇ ଚାଲାଣ, ୨ ଗିରଫ

ଜୟପୁର: କରୋନା ମହାମାରୀ ଆଳରେ ଅଭିନବ ଉପାୟରେ ଗଂଜେଇ ଚାଲାଣ । ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଗାଡିରେ ହେଉଥିଲା ଗଂଜେଇ ଚୋରା ଚାଲାଣ । ଅନ୍ୟ କେଉଁ ରାଜ୍ୟ ନୁହେଁ ବରଂ ଓଡିଶାରେ ସାମ୍ନାକୁ ଆସିଛି ଗଂଜେଇ ବେପାରୀଙ୍କ ଏପରି ଅଭିନବ ଅପରାଧିକ କାରନାମା ।

ଆଜି କୋରାପୁଟ ଜିଲ୍ଲା ଜୟପୁରରେ ସଦର ପୋଲିସ ୧୨ ଶହ ୭୭ କି.ଗ୍ରା ଗଂଜେଇ ଜବତ କରିଛି । ଜାଣି ଚକିତ ହେବେ ଅକ୍ସିଜେନ୍ ସିଲିଣ୍ଡର ବୋଝେଇ ଟ୍ରକରେ ହେଉଥିଲା ଗଂଜେଇ ଚାଲାଣ । ଅଚାନକ ଚେକିଂ ବେଳେ କିମ୍ବା ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସଦର ପୋଲିସ ଗଂଜେଇ ସହ ଟ୍ରକକୁ ଜବତ କରିଥିବା ଅନୁମାନ କରାଯାଉଛି ।

ଗାଡିଟି ପଂଜାବରେ (PB-10-ES-4611) ପଂଜିକୃତ ହୋଇଥିଲାବେଳେ ଗଂଜେଇ କେଉଁଠିକୁ ଚାଲାଣ ହେଉଥିଲା ସେ ସମ୍ଭନ୍ଧରେ ତଥ୍ୟ ମିଳିପାରିନାହିଁ । ତେବେ ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.