Latest Odisha News

BREAKING NEWS

କରୋନା ପାଇଁ ୩ ସପ୍ତାହ ପାଇଁ ବନ୍ଦ ରହିବ ସାପ୍ତାହିକ ହାଟ

ଝାରସୁଗୁଡ଼ା : କରୋନା ସଂକ୍ରମଣ ପାଇଁ ଝାରସୁଗୁଡ଼ାରେ ବନ୍ଦ ରହିବ ସାପ୍ତାହିକ ହାଟ । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ।

ସାପ୍ତାହିକ ହାଟ ବନ୍ଦ ରହ ଥିବାରୁ ଦୈନିକ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଲୋକଙ୍କ ଗହଳି ରୋକିବାକୁ ପନିପରିବା ଓ ଆମିଷ ବଜାରକୁ ମଧ୍ୟ ଅନ୍ୟ ସ୍ଥାନରେ ବସାଇବା ଲାଗି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଆଜି ରାଜ୍ୟରୁ ୪୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ ୨୭୨ ଜଣ ଥିବା ବେଳେ, ଲୋକାଲ କେସ୍ ୧୮୯ ରହିଛି । ତେବେ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.