Latest Odisha News

BREAKING NEWS

କୋରାପୁଟରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ମନ୍ଦିର ପୂଜକଙ୍କ ମୃତଦେହ

କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ପୂଜକଙ୍କ ନାଁ ରମେଶ ଚନ୍ଦ୍ର ତ୍ରିପାଠୀ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ପ୍ରାଥମିକ ତଦନ୍ତରେ ପାରିପାର୍ଶ୍ଵିକ ଚିତ୍ର ଦେଖି ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ,  ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକ ରମେଶଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର କରିଛି ପୋଲିସ । ବନ୍ଦ ଘରର କବାଟ ଖୋଲାଯିବା ପରେ ମୃତକଙ୍କର ହାତ ଗୋଡ ବନ୍ଧା ଥିବା ବେଳେ ସେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲା ପୋଲିସ । ଏଥିସହ ଘରର ଆସବାବପତ୍ର ମଧ୍ୟ ଚାରିଆଡେ ଖେଳି ହୋଇ ପଡିଥିଲା । ତେଣୁ କେହି ପୂଜକଙ୍କୁ ହତ୍ୟା କରିଥିବା ନେଇ କହିଛି ପୋଲିସ । ତେବେ ମୃତ ପୂଜକଙ୍କ ହତ୍ୟା ପଛର କାରଣ ଓ ତାଙ୍କର କେହି ଶତୃ ଥିବା ଆଦି ବିଷୟରେ ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.