Latest Odisha News

BREAKING NEWS

ନୋକିଆ ୮.୧ରେ ମିଳିବ ୧୧ ହଜାର ଟଙ୍କାର ଭାରି ଡିସକାଉଣ୍ଟ

ନୂଆଦିଲ୍ଲୀ : ନୋକିଆର ଫ୍ଲାଗସିପ୍ ସ୍ମାର୍ଟଫୋନ ନୋକିଆ ୮.୧ଫୋନର ମୂଲ୍ୟରେ ୧୧ହଜାର ଟଙ୍କାର ଭାରି ଡିସକାଉଣ୍ଟ ଦେବାପାଇଁ ଘୋଷଣା କରିଛି କମ୍ପାନୀ ।

ଭାରତରେ ଲଞ୍ଚ ସମୟରେ ଏହି ଫୋନର ମୂଲ୍ୟ ୨୬ହଜାର ୯୯୯ଟଙ୍କା ରହିଥିବା ବେଳେ ୧୧ହଜାର ଟଙ୍କା ଡିସକାଉଣ୍ଟ ପରେ ଏବେ ଏହି ଫୋନର ମୂଲ୍ୟ ୧୫ହଜାର ୯୯୯ଟଙ୍କା ରହିଛି। ମାତ୍ର ନୋକିଆ ୱେବସାଇଟରେ ନୋକିଆ ୮.୧ର ‌ଫୋନର ମୂଲ୍ୟ ୧୫ହଜାର ୯୯୯ଟଙ୍କା ଦେଖାଉଥିବାବେଳେ ଅନଲାଇନ ଷ୍ଟୋର ଫ୍ଲିକାର୍ଟରେ ଏହାର ମୂଲ୍ୟ ୧୭ହଜାର ୯୯୯ଟଙ୍କା ଦେଖାଉଛି।

ନୋକିଆ ୮.୧ରେ ରହିଛି ଡୁଆଲ ସିମ୍ ସପୋର୍ଟ ସହିତ ଆଣ୍ଡ୍ରଏଡ-୯ । ନୋକିଆ ୮.୧ରେ ୬.୧୮ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୨୪୪ପିକ୍ସଲ ଏବଂ ଆଶପେକ୍ଟ ରେଶିଓ ୧୮.୭:୯ ରହିଛି। ଏଥିରେ କ୍ବାଲାକମର ଅକ୍ଟାକୋର ସ୍ନାପଡ଼୍ରାଗନ୍ ୭୧୦ପ୍ରୋସେସର, ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ୟ୍ୟରେ ୪୦୦ଜିବି ପର୍ୟ୍ୟନ୍ତ ବଢାଇପାରିବେ।

ଏହାସହ ଫୋନରେ ଡୁଆଲ ରିଅର କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରେ ଜିସ୍ ଅକ୍ଟିକସର ବ୍ୟବହାର କରାଯାଇଛି। ଏଥିର ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲର ରହିଛି। ଦ୍ବିତୀୟଟି ୧୩ମେଗାପିକ୍ସେଲର ରହିଛି। ଏବଂ ୨୦ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି।

ଆହୁରି ମଧ୍ୟ ଫୋନରେ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କଲାଭଳି ୩୫୦୦ଏମଏଚ ବ୍ୟାଟେରୀ ଦିଆଯାଇଛି। ଏହାସହିତ ୧୮ୱାଟର ଚାର୍ଜର ମଧ୍ୟ ମିଳିବ।

Leave A Reply

Your email address will not be published.