Latest Odisha News

BREAKING NEWS

୩ ବର୍ଷ ଧଳା କୁମ୍ଭୀରର ହେଲା ନାମକରଣ: ‘ଶ୍ୱେତା’ ପାଲଟିବ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର: ୩ ବର୍ଷ ଧଳା କୁମ୍ଭୀରର ହେଲା ନାମକରଣ । ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଏକ ଅଢେଇ ଫୁଟ ଲମ୍ବ ଧଳା କୁମ୍ଭୀରର ନାମକରଣ କରାଯାଇଛି । ଡ଼ାଙ୍ଗମାଳ କୁମ୍ଭୀର ଗାବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ଥିବା ୩ ବର୍ଷର ଧଳା କୁମ୍ଭିରର ନାଁ ‘ଶ୍ୱେତା’ ବୋଲି ରଖାଯାଇଛି ।

ପୂର୍ବରୁ ଧଳା କୁମ୍ଭୀର ଗୋରୀ ଓ ମଲ୍ଲୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏବେ ଶ୍ୱେତା ମଧ୍ୟ ପର୍ଯ୍ୟଟକଙ୍କ ମନ ମୋହୁଛି । ଭିତରକନିକାକୁ ଆସୁଥିବା ପର୍ଯ୍ୟଟକ ମାନେ ଧଳା କୁମ୍ଭୀର ଦେଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

ପର୍ଯ୍ୟଟକ ଓ ବନ କର୍ମଚାରୀମାନେ ଏହି କୁମ୍ଭୀର ଛୁଆକୁ ବିଭିନ୍ନ ନାଁରେ ଡ଼ାକୁଥିଲେ । ଆଜି କୁମ୍ଭୀର ଗଣନା ପାଇଁ  ଡ଼କ୍ଟର ସୁଧାକର କର ଡ଼ାଙ୍ଗମାଳ ଆସିଥିଲେ । ପ୍ରଶିକ୍ଷଣ ଶିବିର ପରେ ପ୍ରଜନନ କେନ୍ଦ୍ରରେ ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଅଢେଇ ଫୁଟ ଲମ୍ବର ଧଳା କୁମ୍ଭୀରର ନାଁ ଶ୍ୱେତା ରହିବା ନେଇ ଘୋଷଣା କରାଯାଇଛି । କୁମ୍ଭୀର ବିଷାରଦ ଡ଼କ୍ଟର ସୁଧାକର କର ଏହି ଧଳା କୁମ୍ଭୀରର ନାମକରଣ କରିଥିଲେ ।

Leave A Reply

Your email address will not be published.