Latest Odisha News

BREAKING NEWS

ଉତ୍ତର ଭାରତରେ କାଳବୈଶାଖୀ ତାଣ୍ଡବ, ୯୪ ମୃତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ବୁଧବାର ଦିନ ପ୍ରବଳ ଝଡ଼ ଏବଂ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି।

ପ୍ରବଳ ପବନରେ ଅନେକ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି ଯାହା ଫଳରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଝଡ଼ ଏବଂ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ୯୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ବାରାଣସୀ, ପ୍ରୟାଗରାଜ ଏବଂ କାନପୁର ଡିଭିଜନରେ ସର୍ବାଧିକ ମୃତ୍ୟୁ ଘଟିଛି। ଗ୍ରାମାଞ୍ଚଳରେ କଚ୍ଚା ଘର ଏବଂ ଟିଣ ସେଡ୍ ଉଡ଼ିଯାଇଥିବା ବେଳେ ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଗଛ ଉପୁଡ଼ି ପଡ଼ିବା ଯୋଗୁଁ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ମୃତକଙ୍କ ମଧ୍ୟରେ ଭାଦୋହିରେ ୧୮, ମିର୍ଜାପୁରରେ ୧୫, ପ୍ରୟାଗରାଜରେ ୧୭, ପ୍ରତାପଗଡ଼ ଏବଂ ବରେଲିରେ ୪, ଫତେହପୁରରେ ୧୦, ଉନ୍ନାଓ ଏବଂ ବଦାଉଁରେ ୬, ସୀତାପୁର, ରାୟବରେଲି, ଚନ୍ଦୌଲି, କାନପୁର ଦେହାତ, ହରଦୋଇ ଏବଂ ସମ୍ଭଲରେ ୨ ଏବଂ କୌଶାମ୍ବୀ, ଶାହଜାହାନପୁର, ସୋନଭଦ୍ର ଏବଂ ଲଖିମପୁର ଖେରୀରେ ଜଣେ ଲେଖାଏଁ ଅଛନ୍ତି।

ରାଜ୍ୟରେ ଅଣମୌସୁମୀ ବର୍ଷା, ଝଡ଼ ଏବଂ ବଜ୍ରପାତ ଯୋଗୁଁ ହୋଇଥିବା କ୍ଷୟକ୍ଷତି ପାଇଁ ପୀଡିତମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୀଡିତମାନଙ୍କୁ ରିଲିଫ୍ ପ୍ରଦାନ କାର୍ଯ୍ୟ ୨୪ ଘଣ୍ଟା ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.