Latest Odisha News

BREAKING NEWS

କିମ୍ ଜୋନଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ

ନୂଆଦିଲ୍ଲୀ: କୁଆଡ଼େ ଗଲେ ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମଙ୍କ ପତ୍ନୀ ? ପାଖାପାଖି ୧ ବର୍ଷ ହେଲାଣି ଉତ୍ତର କୋରିଆ ରାଷ୍ଟ୍ର ମୁଖ୍ୟ କିମ୍ ଜୋନ୍ ଉଙ୍ଗଙ୍କର ପତ୍ନୀଙ୍କ କୌଣସି ପତ୍ତା ମିଳୁନାହିଁ । ସେ କେଉଁଆଡ଼େ ଗଲେ ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି । 

କାରଣ ଗତବର୍ଷ ଜାନୁଆରୀ ୨୫ ତାରିଖରେ ପତ୍ନୀ ସହ କିମ ଶେଷଥର ପାଇଁ ନଜର ଆସିଥିଲେ । ସେହି ସମୟରେ କିମ ତାଙ୍କର ମାଉସୀଙ୍କ ସହ ଏକାଠି ବସିଥିବାର ଦେଖାଯାଇଥିଲା ।

କିମଙ୍କ ପତ୍ନୀ ପାଖାପାଖି ୧ ବର୍ଷ କୌଣସି ସ୍ଥାନରେ ନଜର ନଆସିବାରୁ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି । ଅନେକ ଲୋକ କହୁଛନ୍ତି କି କିମ କୁଆଡ଼େ ତାଙ୍କ ପତ୍ନୀଙ୍କୁ ମାରିଦେଇଛନ୍ତି । ଏମିତି ଚର୍ଚ୍ଚାରେ ପଛରେ ବି ଅନେକ କାରଣ ରହିଛି ।

କାରଣ ୨୦୧୩ ମସିହାରେ କିମ ନିଜର ମଉସାଙ୍କୁ ମାରି ଦେଇଥିଲେ । କେବଳ ଏତିକି ନୁହେଁ ଅନେକ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟରେ ରିପୋର୍ଟରେ ପ୍ରକାଶ ପାଇଛି ଯେ, କରୋନା ସମୟ ଚାଲିଥିବାରୁ କିମ ନିଜ ପରିବାରକୁ କୌଣସି ସମାରୋହକୁ ନେଉ ନାହାନ୍ତି । କାରଣ କରୋନା ମହାମାରୀ ତାଙ୍କ ପରିବାରକୁ ପ୍ରବେଶ ନକରୁ ବୋଲି କିମ ଚାହାଁନ୍ତି । ତେବେ ସବୁଠାରୁ ଗୁରୁତ୍ୱପର୍ଣ୍ଣ କଥା ହେଲା, ଏହି କଥାକୁ କିମ ମଧ୍ୟ ସମର୍ଥନ କରିଛନ୍ତି।

ଏହାସହ ୨୦୨୦ ମସିହାରେ ମଧ୍ୟ କିମ ବିଶେଷ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇନଥିଲେ।  କିମ ଯେପରି ଭାବରେ ପ୍ରତିଦିନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛନ୍ତି କିନ୍ତୁ କିମଙ୍କ ପତ୍ନୀଙ୍କ ସମ୍ପର୍କ ବିଶେଷ କୌଣସି ଚର୍ଚ୍ଚା ହୋଇନଥାଏ । କାରଣ ସେ ବିଶେଷ ଭାବରେ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥାନ୍ତି, ତେଣୁରେ ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ଏତେଟା ଚର୍ଚ୍ଚା ହୋଇନଥାଏ । 

Leave A Reply

Your email address will not be published.