Latest Odisha News

BREAKING NEWS

ଅଣ୍ଡର ୱାଟର ନ୍ୟୁକ୍ଲିୟର କ୍ୟାପାବେଲ ଡ୍ରୋନର ପରୀକ୍ଷଣ କଲା ଉତରକୋରିଆ

ପ୍ୟୋଙ୍ଗୟାଙ୍ଗ: ଉତରକୋରିଆ ଶନିବାର ଅଣ୍ଡର ୱାଟର ନ୍ୟୁକ୍ଲିୟର କ୍ୟାପାବେଲ ଡ୍ରୋନର ପରୀକ୍ଷଣ କରିଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ଓ ଦକ୍ଷିଣ କୋରିଆକୁ ଚ୍ୟାଲେଞ୍ଜ ଦେବା ପାଇଁ ଏହି ପରୀକ୍ଷଣ କରାଯାଇଥିବା ଅନୁମାନ କରାଯାଉଛି । ଏହି ମାନବବିହୀନ ଡ୍ରୋନର ନାମ ହୈଇଲ ୱାନ ରଖାଯାଇଛି । ଯାହାର ପ୍ରକୃତ ଅର୍ଥ ହେଉଛି ସୁନାମୀ । ଦକ୍ଷିଣ କୋରିଆ ଓ ଆମେରିକା ମିଳିତ ଭାବେ ସୈନ୍ୟ ଅଭ୍ୟାସ କରିବା ପରେ ଉତର କୋରିଆ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପାଣି ଭିତରେ ଏହା ୭୧ ଘଂଟା ୬ ମିନିଟ ମଧ୍ୟରେ ୧ ହଜାର କିଲୋମିଟର ମାଇଲ ଦୂରତା ଅତିକ୍ରମ କରିଛି ।

BjdElectrycity

ଉତରକୋରିଆ ଏବେ କ୍ରମାଗତ ଭାବେ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଜାରୀ ରଖିଛି । ଏପ୍ରିଲ ୪ରୁ ୭ ପର୍ଯ୍ୟନ୍ତ ଏହି ଡ୍ରୋନର ପରୀକ୍ଷଣ କରାଯାଇଥିଲା ଏବଂ ଏହା ତାର ଟାର୍ଗେଟକୁ ଠିକ ଭାବେ ହିଟ କରିଥିଲା ବୋଲି ଉକ୍ତି ରିପୋର୍ଟର ଉଲ୍ଲେଖ ରହିଛି । ଏହା ଦ୍ୱାରା ଉତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଉତେଜନା ବୃଦ୍ଧି ପାଇବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି ।

Leave A Reply

Your email address will not be published.