Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ କହିଲେ ଦଳରେ ଚୟନ ନ ହେବା ପଛରେ ରିଙ୍କୁଙ୍କ କୌଣସି ଭୁଲ ନାହିଁ

ମୁମ୍ବାଇ: ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ଗୁରୁବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମା ପତ୍ରକାରଙ୍କ ସମସ୍ତ ପ୍ରଶ୍ନର ଉତର ଦେଇଛନ୍ତି । ବିଭିନ୍ନ ପ୍ରଶ୍ନ ମଧ୍ୟରେ ରିଙ୍କୁ ସିଂଙ୍କୁ କାହିଁକି ସାମିଲ କରା ନ ଗଲା ଦୃଷ୍ଟି ଆକର୍ଷଣ କରିଥିଲା । ଅଗରକର ଏହାର ଉତରରେ କହିଥିଲେ ଚୟନ ନ ହେବା ପଛରେ ରିଙ୍କୁଙ୍କ କୌଣସି ଭୁଲ ନାହିଁ । ତାଙ୍କୁ ୧୫ଜଣିଆ ଦଳରେ ବାହାରେ ରଖିବା ସବୁଠାରୁ କଠିନ ଥିଲା । ଅତିରିକ୍ତ ବୋଲରଙ୍କୁ ଦଳରେ ନେବା ପାଇଁ ତାଙ୍କୁ ବାହାରେ ରଖିବାକୁ ବାଧ୍ୟ ହୋଇଥିଲୁ । ଶିବମ ଦୁବେ ଆବଶ୍ୟକ ପଡିଲେ ବୋଲିଂ ମଧ୍ୟ କରିପାରିବେ । ରିଙ୍କୁଙ୍କୁ ଆଇପିଏଲର ଅଧିକାଂଶ ମ୍ୟାଚରେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳା ଯାଇଥିଲା ।

ରିଙ୍କୁ ଭାରତ ପକ୍ଷରୁ ୧୧ଟି ଇନିଂସ ଖେଳି ୧୭୬ ଷ୍ଟ୍ରାଇକ ରେଟରେ ୩୫୬ ରନ ସଂଗ୍ରହ କରିଛନ୍ତି । ମ୍ୟାଚ ଫିନିଶର ଭାବେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ରିଙ୍କୁଙ୍କୁ ସାମିଲ ନ କରିବା ନେଇ ଚୟନ କମିଟିକୁ ସମାଲୋଚନାର ଶୀକାର ହେବାକୁ ପଡିଛି । ଖରାପ ପ୍ରଦର୍ଶନ ସତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ନିଆଯିବା ସମ୍ପର୍କରେ ସେ କହିଥିଲେ, ସେ ଏହା ପୂର୍ବରୁ ତାଙ୍କ ଦକ୍ଷତା ପ୍ରତିପାଦିତ କରି ପାରିଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ ସେ ଲୟକୁ ଫେରିବେ ଏବଂ ଗୁୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ ବୋଲି ଅଗରକର କହିଛନ୍ତି । ବିରାଟ କୋହଲିଙ୍କ ଷ୍ଟ୍ରାଇକ ରେଟ, ୪ ସ୍ପିନର ନିଷ୍ପତି ସବୁ ଭାବି ଚିନ୍ତି ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.