Latest Odisha News

BREAKING NEWS

ନିଆରା ଢଙ୍ଗରେ ଆସି ନାମାଙ୍କନ ଭରିଲେ ସୋନାଲି ବିଶି

ସୁବର୍ଣ୍ଣପୁର: ଚର୍ଚ୍ଚାରେ ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀ ସୋନାଲୀ ବିଶି l ଆଜି ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀଙ୍କ ନିଆରା ନାମାଙ୍କନ ଶୋଭାଯାତ୍ରା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରରେ l ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ଚାଷୀ ପ୍ରତିନିଧି ସୋନାଲୀ ବିଶି ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l

ଚାଷୀ ସରକାର ନାରା ଦେଇ ନିର୍ବାଚନ ଲଢୁଥିବା ସୋନାଲୀ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ କରି ଚର୍ଚ୍ଚା ରେ ରହି ଆସୁଥିବା ବେଳେ ଆଜି ପ୍ରଦୂଷଣ ମୁକ୍ତ ସମାଜର ବାର୍ତ୍ତା ଦେବା ସହିତ ଚାଷୀଙ୍କ ଅତି ଆପଣାର ଶଗଡ ଗାଡିରେ ନିଜର ଶୋଭାଯାତ୍ରା କରିଛନ୍ତି l ୧୨ ଟି ଶଗଡ ଗାଡିରେ ଶତାଧିକ ଚାଷୀଙ୍କ ସହିତ ସ୍ଥାନୀୟ ରୟାଲ ପଡିଆରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଛକ, ଆମ୍ବେଦକର ଛକ ଦେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ l

ସେଠାରେ ନିଜ ପଣତରେ ନାମାଙ୍କନ ଖର୍ଚ୍ଚ ପାଇଁ ଲୋକଙ୍କ ଠାରୁ ସହାୟତା ରାଶି ମାଗିଥିଲେ l ଚାଷୀଙ୍କ ସହ ସାଧାରଣ ଲୋକ ଯିଏ ଯାହା ପାରିଲା ତାଙ୍କୁ ସହାୟତା ରାଶି ମଧ୍ୟ ଦେଇଥିଲେ l ଏହି ଟଙ୍କାରେ ଆଜି ନାମାଙ୍କନ ଦାଖଲ କରିବା ସହିତ ଆଗାମୀ ଦିନରେ ଚାଷୀମାନଙ୍କ ଆଶୀର୍ବାଦରେ ବିଜୟୀ ହେବାର ସେ ଆଶା ରଖିବା ସହିତ ଚାଷୀଙ୍କ ପାଇଁ ସଂଘର୍ଷ ଜାରି ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି l

Leave A Reply

Your email address will not be published.