Latest Odisha News

BREAKING NEWS

ଆରମ୍ଭ ହେଲା ଦାନ ଉତ୍ସବ, ‘ଆଇନା’ ପକ୍ଷରୁ ସେଓ ଉପହାର ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂସ୍ଥା ‘ଆଇନା’ ତରଫରୁ ଦାନ ଉତ୍ସବ ଉପଲେକ୍ଷ ‘ସେଓଟିଏ ଉପହାର’ ଅଭିଯାନର ଶୁଭାରମ୍ଭ ଶୈଲଶ୍ରୀବିହାର ଛକ ସ୍ଥିତ ଉଦ୍ୟାନ ଫ୍ରେସରେ ଆରମ୍ଭ ହୋଇ ଯାଇଅଛି । ଏହି ଦାନ ଗ୍ରହଣ ଅକ୍ଟୋବର ୬ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଅଭିଯାନର ଉଦ୍ଦେଶ୍ୟ ଛୋଟିଆ ଉଦ୍ୟମ, ଛୋଟିଆ ଅବଦାନ, ସମସ୍ତଙ୍କ ମଧ୍ୟରେ ବାଣ୍ଟିିବାର ଗୋଟିଏ ବଡ଼ ଉଦ୍ଦେଶ୍ୟ, ଆଉ ଖୋଲା ହୃଦୟରେ ଦାନ କରି ପ୍ରତ୍ୟେକଙ୍କ ହୃଦୟରେ ଖୁସି ଭରି ଦେବା ।

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ କିଛି ପୁଷ୍ଟିଯୁକ୍ତ ଏବଂ ସ୍ୱାଦଯୁକ୍ତ କରିବା ପାଇଁ ‘ଗୋଟିଏ ଶିଶୁକୁ ଗୋଟିଏ ସେଓ’ ଦାନ କରିବାକୁ ସମସ୍ତଙ୍କୁ ଏହି କାଯ୍ୟକ୍ରମ ଉପଲକ୍ଷେ ଉତ୍ସାହିତ କରାଯାଉଅଛି । ବିଗତ ୫ବର୍ଷ ଧରି ‘ଆଇନା’ ଅନୁଷ୍ଠାନ ତରଫରୁ ସେଓ ସଂଗ୍ରହ ଓ ତାହାର ପିଲାମାନଙ୍କୁ ବିତରଣ କରିବାର ଲକ୍ଷ୍ୟ ବହନ କରିଆସୁଅଛି ।

ଆସନ୍ତା ୧୦ ଅକ୍ଟୋବର ପର୍ଯ୍ୟନ୍ତ ରାଜଧାନୀସ୍ଥିତ ଶୈଳଶ୍ରୀ ବିହାର ଛକ ଠାରେ ଥିବା ଉଦ୍ୟାନ ଫ୍ରେସରେ ସମସ୍ତେ ସେଓ ଦାନ କରିପାରିବେ ।


ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅଭିନେତା ସୌମେନ ପୂଜାରୀ, ଶୁଭ୍ରାଂଶୁ ନାୟକ, ବିପିନ୍ ମହାନ୍ତି , ଇନର୍ ହ୍ୱି୍ୱଲ କ୍ଲବ ଓ ରୋଟାରୀ କ୍ଲବ୍ର ସଦସ୍ୟା ବୃନ୍ଦ, ଆଇନା ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟାବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି କାଯ୍ୟକ୍ରମରେ ଆଇନା ସଂସ୍ଥାର ଦିଲ୍ଳୀପ ବିଶ୍ୱାଳ, ବସନ୍ତ କୁମାର ପଟ୍ଟନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.