Latest Odisha News

BREAKING NEWS

ହ୍ୱାଟସଆପରେ କରିପାରିବେ ଟିକା ସ୍ଲଟ୍ ବୁକିଂ, ଜାଣନ୍ତୁ କେମିତି କରିବେ

ନୂଆଦିଲ୍ଲୀ: କୋଭିଡ୍ ଟିକା ପାଇଁ ସ୍ଲଟ ବୁକିଂ ଆହୁରି ସହଜ ହେଲା । ଏଣିକି ହ୍ୱାଟସଆପରେ ବି ସ୍ଲଟ୍ ବୁକିଂ କରିପାରିବେ । ମାତ୍ର କେଇ ମିନିଟରେ ଆପଣଙ୍କ ମୋବାଇଲରୁ ସ୍ଲଟ୍ ବୁକିଂ କରିହେବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏବେ ଆସନ୍ତୁ ଜାଣିବା କେମିତି ହ୍ୱାଟ୍ସଆପରେ ସ୍ଲଟ୍ ବୁକିଂ କରି ହେବ ।

ଏଥିପାଇଁ ପ୍ରଥମେ ଆପଣଙ୍କ ମୋବାଇଲରେ ସେଭ୍ କରନ୍ତୁ +୯୧-୯୦୧୩୧୫୧୫୧୫ ନମ୍ୱର । ହ୍ୱାଟ୍ସଆପରୁ ଏହି ନମ୍ବରରୁ ବୁକ୍ ସ୍ଲଟ୍ ଲେଖି ପଠାନ୍ତୁ । ଏହାପରେ ଆପଣଙ୍କୁ ମିଳିବ ୬ଟି ନମ୍ବର ଥିବା ଓଟିପି । ଯେଉଁ ଓଟିପି ଆସିବ ତାକୁ ଟାଇପ୍ କରିବାକୁ ହେବ ।

ଏହାପରେ ଟିକା ନେବାକୁ ଚାହୁଁଥିବା ଦିନ, ସ୍ଥାନ, ପିନ୍ କୋଡ୍ ଓ କେଉଁ ଟିକା ନେବେ ଚୟନ କରିବେ । ଏହାପରେ ଟିକା ନେବା ପାଇଁ ଆପଣଙ୍କ ସ୍ଲଟ୍ ବୁକିଂ ହୋଇଯିବ । ଲୋକ କିଭଳି ସହଜ ଓ ସୁବିଧାରେ ଟିକା ନେଇପାରିବେ ସେଥିପାଇଁ କେନ୍ଦ୍ର ସରକାର ନୂଆ ନୂଆ ବ୍ୟବସ୍ଥା କରୁଛନ୍ତି । ପୂର୍ବରୁ ହ୍ୱାଟସଆପରେ ଟିକା ସାର୍ଟିଫିକେଟ୍ ବ୍ୟବସ୍ଥା କରିଥିଲେ ସରକାର ।

Leave A Reply

Your email address will not be published.