Latest Odisha News

BREAKING NEWS

‘କାଳିଆ’ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗ: କୃଷି ବିଭାଗର ସ୍ପଷ୍ଟୀକରଣ

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ ପ୍ରାୟ ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀ ପ୍ରସଙ୍ଗରେ ବୁଧବାର ଦିନ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଏହି ଯୋଜନାରେ ସହାୟତା ରାଶି ପାଇଥିବା ସମସ୍ତ ହିତାଧିକାରୀ ଯୋଗ୍ୟ ଅଟନ୍ତି, ମାତ୍ର ଏହି ପରିବାରର ଅନ୍ୟ ସଦସ୍ୟ (ନାବାଳକ/ନାବାଳିକା) ମଧ୍ୟ ସହାୟତା ରାଶି ପାଇଛନ୍ତି ।

ଏବେ ଗୋଟିଏ ପରିବାରରୁ ଜଣକୁ ମାତ୍ର ଏହି ସହାୟତା ରାଶି ମିଳିଛି ।

ଏହି ଯୋଜନାରେ ପ୍ରାୟ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଥିବା ନେଇ ନିକଟରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିବା ପରେ ଏଭଳି ସ୍ପଷ୍ଟିକରଣ ରଖାଯାଇଛି ।

ଆହୁରି ମଧ୍ୟ ଗତକାଲି ରାଜ୍ୟସଭା ସଦସ୍ୟ ଓ ବିଜେଡି ପ୍ରବକ୍ତା ପ୍ରତାପ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, କାଳିଆ ଯୋଜନା ଅନ୍ତର୍ଗତ କେବଳ ୩୨ ହଜାର ହିତାଧିକାରୀ ଅଯୋଗ୍ୟ । ଏହାବ୍ୟତିତ ୨୦ ହଜାର ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀ ଏବଂ ୧୨ ହଜାର ବଡ ଚାଷୀମାନେ ଏହି ଯୋଜନାରେ ଟଙ୍କା ପାଇଛନ୍ତି ବୋଲି ସେ କହିଥିଲେ ।

ଏହି ଯୋଜନାରେ ମିଳିଥିବା ୧.୧୯ କୋଟି ଦରଖାସ୍ତକାରୀଙ୍କ ଭିତରୁ ପ୍ରାୟ ୫୧.୦୫ ଲକ୍ଷ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ ୩୨ ହଜାର ଅଯୋଗ୍ୟ ବୋଲି ଜଣାପଡିଥିଲା ।

Leave A Reply

Your email address will not be published.