Latest Odisha News

BREAKING NEWS

ମନ୍ କୀ ବାତ ରେ ନୂଆଁଖାଇ କଥା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୯୨ତମ ‘ମନ୍ କୀ ବାତ ‘ କାର୍ଯ୍ୟକ୍ରମ ରେ ଦେଶ ବାସୀଙ୍କୁ ସମ୍ୱୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନତାର ଅମୃତ ମହୋତ୍ସବ ଦିବସରେ ଦେଶ ସାମୁହିକ ଶକ୍ତି ଦେଖିବାକୁ ପାଇଥିଲେ ବୋଲି କହିଥିଲେ । ତ୍ରିରଙ୍ଗା ଉଡାଇବା କଥାରେ ଆମ ସମସ୍ତଙ୍କ ଭିତରେ ଗୋଟିଏ ଭାବନା ଦେଖିବାକୁ ମିଳିଥିଲା ।

ଦେଶରେ କୁପୋଷଣ ଦୁରାଇବା ପାଇଁ ସାମାଜିକ ସଚେତନତାର ଆବଶ୍ୟକତା କଥାକୁ ପ୍ରଧାନମନ୍ତ୍ରୀ ଗୁତୁତ୍ୱାରୋପ କରିଥିଲେ । ଡାଲି ଜାତୀୟ ଶସ୍ୟ ଉତ୍ପାଦନରେ ସାରା ବିଶ୍ୱ ଠାରୁ ଭାରତ ଆଗରେ ରହିଥିବା ବେଳେ କୃଷକ ମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।  ଜଳ ସଂରକ୍ଷଣ ପ୍ରସଂଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଅନ୍ୟପଟେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ କଥା ‘ମନ୍ କୀ ବାତ ‘ ରେ କହିଛନ୍ତି  । ଏହି ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ନୂଆଁଖାଇ ଭଳି ପର୍ବ  ଭାରତୀୟ  ସାଂସ୍କୃତିକ ଓ ପାରମ୍ପରିକ ସମ୍ପର୍କକୁ  ମଜବୁତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.