Latest Odisha News

BREAKING NEWS

କାନପୁରା ଗାଁରେ ପିଡିଏସ ଦୁର୍ନୀତି ଅଭିଯୋଗ; ଭୂତ ନାଁରେ ଚାଉଳ ହଡ଼ପ କଲେ ସମ୍ପାଦିକା!

କାମାକ୍ଷାନଗର: କାନପୁରା ଗାଁରେ ପିଡିଏସ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ସଂଘର ସମ୍ପାଦିକା ଜ୍ୟୋସ୍ନାମୟୀ ବିଶ୍ୱାଳଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ ।

ଭୂତ ନାଁରେ ଚାଉଳ ହଡପ କରୁଥିବା ଅଭିଯୋଗ କରିଛନ୍ତି ସଭାନେତ୍ରୀ ଏବଂ ଅନ୍ୟ ସଦସ୍ୟ । ପିଡ଼ିଏସ ବଣ୍ଟନରେ ବ୍ୟାପକ ଅନିୟମିତତା ଯୋଗୁଁ ସଂଘ ଅଯଥା ବଦନାମ ହେଉଛି ।

ପ୍ରତିବାଦ କଲେ ଜ୍ୟୋସ୍ନାମୟୀ ସଂଘର ଅନ୍ୟ ସଦସ୍ୟା ମାନଙ୍କୁ ଧମକ ଦେଉଛନ୍ତି ବୋଲି ସଦସ୍ୟା ମାନେ ଅଭିଯୋଗ କରିଛନ୍ତି ।

ବିବାଦ ଭିତରେ ଛନ୍ଦି ହୋଇଥିବା ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ତୁରନ୍ତ ପିଡ଼ିଏସ ଚାଉଳ ଯୋଗାଣ ବନ୍ଦ କରି ଦୁର୍ନୀତି ଗ୍ରସ୍ତ ସମ୍ପାଦିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଦସ୍ୟା ମାନେ ଦାବି କରିଛନ୍ତି । ଏହା ସଂଘ ଭାଙ୍ଗିଦେବାକୁ ମଧ୍ୟ ସଦସ୍ୟା ମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସଂଘର ସଦସ୍ୟା ମାନେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ଅଭିଯୋଗ କରିଛନ୍ତି । ତେବେ ଯୋଗାଣ ଅଧିକାରୀଙ୍କ ପରିଦର୍ଶନ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.