Latest Odisha News

BREAKING NEWS

ନୂଆଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା

ନୂଆ ଖାଇ ପାଇଁ  ଆଜି ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ।  କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ପ୍ରତି ଘରେ ଘରେ ପାଳନ ହେଉଛି ପର୍ବ ପର୍ବାଣି। ନୂଆଖାଇ ହେଉଛି ସାଂସ୍କୃତିକ ଜୀବନବୋଧ ଏବଂ ଜନଜୀବନ ସହିତ ଜଡିତ ପର୍ବ । ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା, ଜିଲ୍ଲାର ଗଣପର୍ବ ହେଉଛି ନୂଆ ଖାଇ । ନବାନ୍ନ ଭକ୍ଷଣ ଉତ୍ସବ ନୂଆଖାଇ ବହୁ ବର୍ଷ ଧରି ଆନନ୍ଦ ଉତ୍ସବ ସହାକାରେ ପାଳୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ନୂଆ ଖାଇ ଅବସରରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ  ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂଆଁଖାଇର ଜୁହାର। ମା’ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ। #ନୂଆଁଖାଇଜୁହାର 🙏

ଦୂରଦୂରାନ୍ତରେ ଥିବା ପରିବାର ସଦସ୍ୟମାନେ ଘରକୁ ଫେରିଛନ୍ତି । ନୂଆଖାଇରେ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି ।

ଆଜି ପବିତ୍ର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି । ପୂର୍ବାହ୍ନ ୧୦ଟା ୫୬ ମିନିଟ୍‌ରୁ ୧୧ଟା ୧୦ ମିନିଟ୍‌ ମଧ୍ୟରେ ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ  ନବାନ୍ନ ଅର୍ପଣ କରିବାକୁ ସ୍ଥିର ହୋଇଛି । ଏହାପରେ ପାଶ୍ୱର୍ଦେବାଦେବୀଙ୍କୁ ନବାନ୍ନ ଲାଗି ହେବ । ସେହିପରି ତା ଉତାରୁ ପଶ୍ଚିମ ଓଡ଼ିଶାବାସୀ ଘରର କୂଳଦେବାଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ ବୋଲି ଚୂଡ଼ାନ୍ତ ହୋଇଛି । ଏଥିପାଇଁ ମା’ ସମଲେଶ୍ୱରୀଙ୍କ ମୁଖ୍ୟ ପୂଜକଙ୍କ ନିକଟକୁ ବି ୪ ଦିନ ତଳୁ ସ୍ୱତନ୍ତ୍ର କିସମର ନୂଆଁ ସରିଆ ଧାନ ଆସି ପହଞ୍ଚିସାରିଛି ।

ଘର ଲିପାପୋଛାରୁ ଆରମ୍ଭ କରି ଚୁନା ପ୍ରସ୍ତୁତି ଯାଏ କାମ ଚାଲିଛି ।  ତେବେ, ଆଜିଠାରୁ ଘରେଘରେ ପିଠାପଣାର ଆସର ବି ଜମିଲାଣି ।ବ୍ରାହ୍ମଣମାନେ ନିଜ ଘରେ ଲକ୍ଷ୍ମୀ ପୂଜା କରି ଦେବୀଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରନ୍ତି ।    ଆଦିବାସୀମାନେ ମଧ୍ୟ ଆଜି ଜାକଜକମରେ ନୂଆଖାଇ ପାଳନ କରୁଛନ୍ତି ।

Leave A Reply

Your email address will not be published.