Latest Odisha News

BREAKING NEWS

ଜୁଆ ଆଡ୍ଡା ଉପରେ ଚଢାଉ, ୨୩ ଯୁଆଡି ଗିରଫ

ନୂଆପଡ଼ା: କୋମନା ଥାନା ଅଞ୍ଚଳରେ ପୁଣି ଜୁଆ ଆଡ୍ଡା ଉପରେ ଚଢାଉ। ୨୩ ଜଣ ଯୁଆଡ଼ିଙ୍କ ସହ ବ୍ୟାପକ ଟଙ୍କା ଦୁଇ ଚକିଆ ଗାଡ଼ି, ଚାରି ଚକିଆ ଗାଡ଼ି ସହ ମୋବାଇଲ ଗୁଡ଼ିକୁ ଜବତ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ କୋମନା ପୋଲିସ ଜେଠୁପାଲି ଗ୍ରାମରେ ଏକ ଜୁଆଆଡ୍ଡାରେ ଚଢାଉ କରିଥିଲା। ସେଠାରୁ ନଗଦ ୪୮,୨୨୫ ଟଙ୍କା, ୧୬ ଗୋଟି ମୋବାଇଲ୍, ଦୁଇ ଗୋଟି ଚାରି ଚକିଆ ଗାଡ଼ି ସହ ୧୨ ଗୋଟି ବାଇକ ଓ ୨୩ ଜଣ ଯୁଆଡିକୁ ଗିରଫ କରି କୋମନା ଥାନାରେ ଏକ ମାମଲା ରୁଜୁ କରିଥିଲ।

ଗିରଫ ଯୁଆଡି ମାନଙ୍କ ମଧ୍ୟରୁ ଛଅ ଜଣଙ୍କ ନାଁରେ ପୂର୍ବରୁ ବିଭିନ୍ନ ମାମଲା ଥିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନଙ୍କୁ ନୋଟିସ କରି ଛାଡ଼ି ଦେଇ ଅଧିକ ତଦନ୍ତ ଜାରି ରଖିଥିବା ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

 

Comments are closed.