Latest Odisha News

BREAKING NEWS

ମୋଦୀଙ୍କ ଓଡ଼ିଶା ଗସ୍ତ ଲାଗି ସୋମବାର ଦିନ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରୁଥିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ ନିରପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଆଇଜି, ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସମୟରେ ୪୫ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହେବେ ।

“ ଏହି ନିରାପତ୍ତା ବ୍ୟବସ୍ଥାକୁ ନିରୀକ୍ଷଣ କରିବାକୁ ଏସପି ର‌୍ୟାଙ୍କର ୪ଜଣ ବରିଷ୍ଠ ଅଧିକାରୀ, ୧୦ ଜଣ ଅତିରିକ୍ତ ଏସପି ଏବଂ ୩୦ ଜଣ ଡ଼ିଏସପି ନିୟୋଜିତ ହୋଇଛନ୍ତି,”ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଦା ଉପକଣ୍ଠସ୍ଥ ବରୁଣେଇ ପାହାଡ଼ରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି, ତେଣୁ ସେହି ସମଗ୍ର ପାହାଡ଼ ପରିସର ଅଞ୍ଚଳକୁ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ଫୋର୍ସ ଦ୍ୱାରା କର୍ଡ଼ନ କରାଯିବାର କାର୍ଯ୍ୟକ୍ରମ ରହିଛି ।

ମୋଦିଙ୍କ ସେହି ସଭାସ୍ଥଳକୁ କୌଣସି ବ୍ୟକ୍ତିଙ୍କୁ ପାଣି ପାଉଚ୍ କିମ୍ବା ପାଣି ବୋତଲ ନେଇ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଏହି ଓଡ଼ିଶା ଗସ୍ତ ସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ୧.୦୫ ସମୟରେ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ କାର୍ ମାଧ୍ୟମରେ ଭୁବନେଶ୍ୱରସ୍ଥ ଅରଗୁଲଠାରେ ସ୍ଥିତ ଭୁବନେଶ୍ୱର ଆଇଆଇଟିର ଉଦଘାଟନ କରିବାକୁ ପ୍ରାୟ ୧.୪୦ ସମୟରେ ଯିବେ । ପ୍ରଧାନମନ୍ତ୍ରୀ ୧.୪୦ ରୁ ପ୍ରାୟ ୨.୨୦ ମଧ୍ୟରେ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରୁ ନାଇଜର୍ ଷ୍ଟାଡ଼ିୟମ ଅଭିମୁଖେ ପ୍ରସ୍ଥାନ କରିବେ । ନାଇଜର୍ ଷ୍ଟାଡ଼ିୟମରେ ୨.୩୦ ମିନିଟ ସମୟରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । ତେବେ ଦିନ ୩.୧୫ ସମୟରେ ଷ୍ଟାଡ଼ିୟମରୁ ପ୍ରସ୍ଥାନ କରି ମୋଦି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଅପରାହ୍ନ ୪ଟା ସମୟରେ ଦିଲ୍ଲୀ ଅଭିମୁଖେ ବିମାନ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.