Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ

କଟକ: ବିବାହ ବନ୍ଧନରେ ବାନ୍ଧି ହେଲେ ପୁଣି ଜଣେ ଜିଲ୍ଲାପାଳ । ଓଏଏସ୍‌ ଅଫିସ୍‌ର  ଅମୃତା ପ୍ରିୟମ୍ବଦା ମିଶ୍ରଙ୍କ ହାତ ଧରିଛନ୍ତି କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍‌ ଅମ୍ରିତ୍ ଋତୁରାଜ୍ । ବୈଦିକ ରିତିନୀତିରେ କଟକର ହୋଟେଲ୍‌ ଆକବରୀରେ ମହା ଆଡମ୍ବର ସହକାରେ ଦୁଇ ଅଧିକାରୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି ।

ଖବର ଅନୁସାରେ, ଗତକାଲି କଟକର ହୋଟେଲ ଆକବରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଦୁଇ ପ୍ରଶାସନିକ ସେବା ଅଧିକାରୀ । ତେବେ ଦୁହେଁ ପ୍ରେମ ବିବାହ କରିଥିବା ଜଣାପଡିଛି । ଏହି ବିବାହରେ ଅନେକ ଆଇଏଏସ୍ , ଓଏଏସ୍ ଅଫିସର ,ନେତା ,ମନ୍ତ୍ରୀ ତଥା ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଆଇଏଏସ୍‌  ଅମ୍ରିତ୍‌ ଋତୁରାଜ୍ କେନ୍ଦ୍ରାପଡାର ପୂର୍ବତନ ଜିଲ୍ଲାପାଳ ଥିଲେ । ଗତ ୨୨  ତାରିଖରେ ତାଙ୍କର ଶ୍ରମ ଆୟୁକ୍ତଭାବେ ବଦଳି  ହୋଇଥିଲା ।

 

Leave A Reply

Your email address will not be published.