Latest Odisha News

BREAKING NEWS

ଭଦ୍ରକରେ ଜଗନ୍ନାଥଙ୍କୁ ଅସମ୍ମାନ ଘଟଣା: ରାଜରାସ୍ତାକୁ ଓଲ୍ହାଇଲା ବିଜେପି

ଭଦ୍ରକ: ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଭଦ୍ରାୟଣୀ ମହୋତ୍ସବ ଶେଷ ହେବା ପରେ ନେହେରୁ ଷ୍ଟାଡିଅମରେ ଅଳିଆ ଆବର୍ଜନାରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ପଡ଼ିଥିବା ଘଟଣା ଏବେ ଭିନ୍ନ ମୋଡ଼ ନେଉଛି । ଏନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ସେପଟେ ଏହି ଘଟଣାକୁ ନେଇ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ।

ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ନେହେରୁ ଷ୍ଟାଡିଅମରେ ପଡିଆକୁ ସଫା କରାଯିବା ପରେ ଏକ ଶୋଭାଯାତ୍ରା ବାହାରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଥାଶିଘ୍ର ଭଦ୍ରକ ଜ଼ିଲ୍ଲାପାଳ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ କ୍ଷମା ପାର୍ଥନା କରିବା ସହ ମହୋଦଧିରେ ବୁଡ଼ ପକାଇବାକୁ ଚେତାବନୀ ଦେଇଛି ଭଦ୍ରକ ବିଜେପି । ଅନ୍ୟପଟେ ଏହି ଘଟଣାକୁ ନେଇ ପୁରୀ ସିଂହଦ୍ୱାର ଥାନାରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଭଦ୍ରକ ଜ଼ିଲ୍ଲାପାଳ ଶିଦ୍ଧେଶ୍ୱର ବଳିରାମ ବନ୍ଦୋର ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ନାଁରେ ଲିଖିତ ଅଭିଯୋଗ କରାଧାଇଛି । ଧାର୍ମିକ ଭାବନାକୁ କୁଠାରଘାତ ହୋଇଥିବା ଅଭିଯୋଗ କରି ଥାନାର ଦ୍ଵାରସ୍ତ ହୋଇଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ତେବେ ଭଦ୍ରକର ନେହେରୁ ଷ୍ଟାଡିୟମରେ ଜାନୁଆରି ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଓରମାସ୍ ଓ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଲୋକପର୍ବ ଭଦ୍ରାୟଣୀ ଲୋକ ମହୋତ୍ସବ ପାଇଁ ଆସିଥିବା ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ମହୋତ୍ସବ ଶେଷ ହେବାପରେ ଅଳିଆ ଗଦାରେ ପଡିଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ବିଭିନ୍ନ ବୁଦ୍ଧିଜୀବି, ଭକ୍ତ ଓ ଭଦ୍ରକ ବାସୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଭଦ୍ରାୟଣୀ ମହୋତ୍ସବ କରି ପ୍ରଶାସନ ଯେଉଁ ବାଃ ବାଃ ନେଇଥିଲା ଏବେ ମହାପ୍ରଭୁଙ୍କୁ ହତାଦର କରି ସେତିକି ନିନ୍ଦିତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ଭବ୍ୟ ମହୋତ୍ସବ ପରେ କିଭଳି ପ୍ରଭୁଙ୍କୁ ହତାଦର କରାଗଲା ସେନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

 

Leave A Reply

Your email address will not be published.