Latest Odisha News

ପ୍ରକାଶ ପାଇଲା ଓସିଏସ୍‌ ପ୍ରିଲିମ୍ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଲା ଓସିଏସ୍‌ ପ୍ରିଲିମ୍ ରେଜଲ୍ଟ । ମେନ୍ ପାଇଁ ୪ ହଜାର ୭୯୯ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୭୩ ମହିଳା ମେନ୍ସ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଓସିଏସ୍-୨୦୨୩ ପ୍ରିଲିମ ରେଜଲ୍ଟ ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ, ୧୫ ଡିସେମ୍ୱର ୨୦୨୪ରେ OCS ପ୍ରିଲିମ୍ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ୩୯୯ ଖାଲି ପଦବି ଅଧୀନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଖାଲି ପଦବୀର ୧୨ ଗୁଣା ପରୀକ୍ଷାର୍ଥୀ ପ୍ରିଲିମ୍ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ମେନ୍ସ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚନା ମିଳିଛି।

Comments are closed.