ଭୁବନେଶ୍ବର:ଆସିଲା ODA (ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ଦ୍ବିତୀୟ ସଂଶୋଧନ ରୁଲ୍। ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଖୋଲିଲା । ଥରକେ ୫ ଶହ ବର୍ଗମିଟର ବିକ୍ରି କରିହେବ। ବିନା ଅନୁମୋଦନରେ ୫ ଶହ ବର୍ଗମିଟର ଥରେ ବିକ୍ରି କରିପାରିବେ। ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍ ପାଇଁ ବ୍ୟବହାର କରିହେବନି।
ଏକାଧିକ ଅଂଶିଦାର ଥିବା ଜମି କ୍ଷେତ୍ରରେ ବି ୫00ବର୍ଗମିଟର ବିକି ହେବ ।
ପ୍ଲଟିଂ ସ୍କିମ୍ ଓ ଆପାର୍ଟମେଣ୍ଟ ନେଇ ଆସିଥିବା ନିୟମ ଅନୁସାରେ ପ୍ଲଟିଂ ସ୍କିମ୍ରେ ଜମି/ଘର ବିକ୍ରି କରିବା ଆଗରୁ ପ୍ରଥମେ ରାସ୍ତା ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହେବ । ପ୍ରଥମେ ରାସ୍ତା ପାଇଁ ଚିହ୍ନଟ ଜମିକୁ ପୌର ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିବେ ଜମି ମାଲିକ । ପ୍ରଥମେ ରାସ୍ତା ତିଆରି ହେବ । ଏହାପରେ ଜମି ମାଲିକ ପ୍ଲଟିଂ ସ୍କିମ୍ ଆଗେଇବା ପାଇଁ ସାର୍ଟିଫିକେଟ ପାଇବେ ।
ଗତ ମେ ମାସରେ ପାର୍ଟ ପ୍ଲଟ୍ କଟକଣା କୋହଳ ଏବଂ ଆପାର୍ଟମେଣ୍ଟ ବିକ୍ରି ନିୟମାବଳୀ ସଂଶୋଧନ ବିଜ୍ଞପ୍ତି ମାସକ ମଧ୍ୟରେ ଆସିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ।
Comments are closed.