ଯାଜପୁର:ଯାଜପୁରରେ ଡାଇରିଆ ବ୍ୟାପିବାରେ ଲାଗିଛି । ପ୍ରାୟ ୪ଟି ବ୍ଲକ କୋରେଇ, ଧର୍ମଶାଳା,ରସୁଲପୁର ଓ ବ୍ୟାସନଗର ପୌର ପରିଷଦ ଅଞ୍ଚଳ ରେ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଅଛନ୍ତି । ଝାଡ଼ାବାନ୍ତିରେ ପୀଡ଼ିତ ହୋଇ ଶତାଧିକ ରୋଗୀ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଲେଣି ।
ଏତେ ସଂଖ୍ୟାରେ ଆକ୍ରାନ୍ତ ଭର୍ତ୍ତି ହେବାରୁ ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଳୟ ପହଞ୍ଚିଥିଲେ । ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସାର ତଦାରଖ କରିଛନ୍ତି ଜିଲ୍ଲାପାଳ ।
ଗତ ଦୁଇଦିନ ଭିତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଚାନକ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । କ’ଣ ପାଇଁ ଏଭଳି ଲୋକେ ଆକ୍ରାନ୍ତ ହୋଇଛନ୍ତି ତା’ର କାରଣ ଜାଣିବାକୁ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଥିବା ସିଡିଏମଓ କହିଛନ୍ତି । ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁତର ହେଇଥିବା କିଛି ରୋଗୀଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟ ପଠା ଯାଇଥିବା ସୂଚନା ମିଳିଛି ।
Comments are closed.