Latest Odisha News

BREAKING NEWS

ଚିତ୍ରକଳାରେ ଚାଚା ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଚିତ୍ରକଳାରେ ଚାଚା ନେହେରୁଙ୍କୁ  ଶ୍ରଦ୍ଧାଞ୍ଜଳି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଚିତ୍ରକଳା ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଦିବସରେ ଚିତ୍ରଶିଳ୍ପୀ ନିଆରା ଢଙ୍ଗରେ ତିଆରି କରିଛନ୍ତି ନେହେରୁଙ୍କ ଏକ ସୁନ୍ଦର ଚିତ୍ର । ଶିଶୁ ମାନଙ୍କର ଅତି ପ୍ରିୟ ଚାଚା ନେହେରୁଙ୍କ ଚିତ୍ର ଆଙ୍କି ସ୍ମୃତି ଚାରଣ କରିଛନ୍ତି ଚିତ୍ର ଶିଳ୍ପୀ ପ୍ରିୟଙ୍କା।

ନେହେରୁଙ୍କ ସୁଦୃଶ୍ୟ ଚିତ୍ର ଆଙ୍କିଥିବା ବେଳେ ଏଥିରେ ବ୍ୟବହାର କରିଛନ୍ତି ବେବି ୱେଟ ୱାଇପର ଏବଂ ଫେସ ଟିସୁ ପେପର । ଏହି ଚିତ୍ରକଳା ଜରିଆରେ କେବଳ ନେହେରୁଙ୍କୁ ନୁହେଁ ବରଂ ମଧୁମେହ ସଚେତନତା ସୃଷ୍ଟି କରାଯାଇଛି ।

ବିଶ୍ୱ ମଧୁମେହ ଦିବସ ଏବଂ ଶିଶୁ ଦିବସ ଏକା ସାଥୀରେ ପଡୁଥିବାରୁ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ମଧୁମେହ ସଚେତନତା ବାର୍ତ୍ତାମ ମଧ୍ୟ ଦେଖିବାକୁ ମିଳିଛି । ୨୦୨୧ରେ ସମସ୍ତଙ୍କୁ ମଧୁମେହ ଚିକିତ୍ସା ପ୍ରଦାନ କରିବା ଚଳିତ ବର୍ଷର ଥିମ ରହିଛି । ଏହା ସହିତ ଶିଶୁ ମାନଙ୍କୁ ସମସ୍ତ ସମସ୍ୟା ଭିତରୁ ବାହାର କରିବା ସହିତ ଏକ ଶିଖିବାର ଅବକାଶ ପ୍ରଦାନ କରିବା ଶିଶୁ ଦିବସର ଥିମ୍ ରହିଛି ।

Leave A Reply

Your email address will not be published.