Latest Odisha News

BREAKING NEWS

କଟକ ମେୟର ଏବଂ କମିଶନରଙ୍କ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର

କଟକ : ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର  । ଆଜି ସକାଳେ  ସିଏମସି କାର୍ଯ୍ୟାଳୟରେ ମେୟର ଓ କମିଶନରଙ୍କ ଆସି ଆଲୋଚନା କରିବା ପରେ କର୍ପୋରେଟର ମାନେ ଧାରଣା ପ୍ରତ୍ୟାହୃତ କରିଛନ୍ତି । କିଛି ଦିନ ହେବ ମହାନଗର ନିଗମରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଆସୁଛି ।  ଯାହାକୁ ନେଇ ଦୀର୍ଘ ୫ ଦିନ ହେବ ବିରୋଧି ବିଜେପି ଓ କଂଗ୍ରେସର କର୍ପୋରେଟର ମାନେ ଧାରଣାରେ ବସିଥିଲେ ।

ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ କର୍ପୋରେଟର ଗୁରୁତର ହୋଇପଡିଥିଲେ । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ପରେ ମେୟର ଏବଂ କମିଶନର ଆସି କର୍ପୋରେଟର ମାନଙ୍କ ସହ ଆଲୋଚନା କରିଛନ୍ତି । ଏବଂ ଦୁର୍ନୀତିର ତଦନ୍ତ କରାଯିବା ନେଇ ମେୟର ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଛନ୍ତି  ।  ଯଦି ମେୟର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ପୁଣି ସେମାନେ ଧାରଣାରେ ବସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.