Latest Odisha News

BREAKING NEWS

ଓଡିଆ ଆଇପିଏସ୍ ଅଫିସର ସତ୍ୟଜିତ୍ ମହାନ୍ତିଙ୍କୁ ଆଇନଶାସ୍ତ୍ରରେ ପିଏଚଡି ପ୍ରଦାନ

କଟକ: ଜେଲ୍ ଓ କାରାଗାର ବିଭାଗର ଡିଜି ସତ୍ୟଜିତ୍ ମହାନ୍ତି କଟକସ୍ଥିତ ଜାତୀୟ ଆଇନ୍ ବିଶ୍ୱବଦ୍ୟାଳୟ(ଏନଏଲୟୁ)ରୁ ଆଇନଶାସ୍ତ୍ରରେ ପିଏଚଡି ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏନଏଲୟୁର କୁଳପତି ଶନିବାର ଦିନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅବସରରେ ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀଙ୍କୁ ଏହି ଡିଗ୍ରୀ ପ୍ରଦାନ କରିବେ ।

ଶ୍ରୀ ମହାନ୍ତି ଜୁଲାଇ ୨୦୧୩ ମସିହାରେ ଏନଏଲୟୁରେ ପିଏଚଡି ଲାଗି ଆବେଦନ କରିଥିଲେ । ତାଙ୍କ ଦ୍ୱାରା ପ୍ରଦତ୍ତ ଥେସିସ୍, “ଗିରଫଦାରୀରେ ଭାରତୀୟ ପୋଲିସର ନିରପେକ୍ଷତା ଏବଂ ଇଚ୍ଛାଧିନତା: ଏକ ସାମାଜିକ ତଥା ଆଇନଗତ ଅନୁସନ୍ଧାନ” । ଯାହା ଓଡିଶା, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇ ତାଙ୍କୁ ଏହି ଡିଗ୍ରୀ ପାଇଁ ମନୋନୀତ କରାଯାଇଥିଲା ।

Leave A Reply

Your email address will not be published.