Latest Odisha News

BREAKING NEWS

ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ବାଲେଶ୍ୱର: ଛତିଶଗଡ଼ରେ ଗତକାଲି ହୋଇଥିବା ନକ୍ସଲ ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି ।  ସହିଦ ଯବାନ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗାଁର ପ୍ରକାଶ ଶିଅଳ  । ସେ ଛତିଶଗଡ କୋବ୍ରା ୨୦୬ ବାଟାଲିଅନରେ କାମ କରୁଥିଲେ ।

ଗତକାଲି ଛତିଶଗଡ ବିଧାନସଭା ନିର୍ବାଚନ ପଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ନକ୍ସଲ ଆକ୍ରମଣ ହୋଇଥିଲା । ଶିଅଳ ତାଙ୍କର ଅନ୍ୟ ସହକର୍ମୀଙ୍କ ସହ ସୁକମା ଜିଲ୍ଲା ମିନାପା ଅଞ୍ଚଳସ୍ଥତ ଏକ ମତଦାନ କେନ୍ଦ୍ରକୁ ଯାଉଥିଲେ । ସେମାନେ ଜଙ୍ଗଲିଆ ରାସ୍ତା ଦେଇ ଯାଉଥିବାବେଳେ ନକ୍ସଲମାନେ ବିଛାଇଥିବା ଲାଣ୍ଡମାଇନ ବିସ୍ଫୋରଣ ହୋଇଥିଲା ।

ଏହି ବିସ୍ଫୋରଣରେ ୪ ଜଣ ଯବାନ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ୪ ଯବାନଙ୍କ ମଧ୍ୟରେ ପ୍ରକାଶ ଥିଲେ । ତାଙ୍କ ଦୁଇ ଗୋଡରେ ଗୁରୁତର ଆଘାତ ହୋଇଥିଲା । ଏପରିକି ଦୁଇ ଗୋଡରେ ଅସ୍ତ୍ରୋପଚାର କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଖବର ଜାଣିବା ପରେ ପ୍ରକାଶଙ୍କ ଘରେ କାନ୍ଦ ବୋବାଳି ପଡି ଯାଇଛି । ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.