Latest Odisha News

BREAKING NEWS

ଓଡ଼ିଆ ପୁଅ ବିଦେଶମାଟିରେ ଦୌଡ଼ିଲେ ମାରାଥନ, ରଚିଲେ ନୂଆ କୀର୍ତ୍ତିମାନ

ବର୍ଲ୍ଲିନ: ଜର୍ମାନୀର ବଲ୍ଲିନରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ମାରାଥନ ଦୌଡ଼ ପ୍ରତିଯୋଗିତାରେ ପ୍ରାୟ ୪୫,୦୦୦ ବ୍ୟକ୍ତି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେପ୍ଟେମ୍ବର ୨୯ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱସ୍ତରୀୟ ମାରାଥନ ପ୍ରତିଯୋଗିତାକୁ ଖୁବ୍ କମ୍ ସମୟରେ ଅତିକ୍ରମ କରି ନୂଆ ରେକର୍ଡ଼ କରିଛନ୍ତି ଜଣେ ପ୍ରବାସୀ ଓଡ଼ିଆ । ଲଣ୍ଡନରେ ବସବାସ କରୁଥିବା ୪୬ ବର୍ଷ ବୟସ୍କ ଏହି ଓଡ଼ିଆ ମାରାଥନ ରନର୍ ଜଣକ ହେଉଛନ୍ତି ରଶ୍ମିକାନ୍ତ ନନ୍ଦ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ୪୨ କିଲୋମିଟର ଦୂରତା ବିଶିଷ୍ଟ ଏହି ଦୀର୍ଘ ମାରାଥନକୁ ରଶ୍ମିକାନ୍ତ ମାତ୍ର ୪ ଘଣ୍ଟା ୩୭ ମିନିଟ ଏବଂ ୪୪ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ଅର୍ଜନ କରିଥିଲେ । ପ୍ରାୟ ୪୫ଟି ଦେଶର ୩ ଲକ୍ଷରୁ ଅଧିକ ବ୍ୟକ୍ତି ଏହି ମାରାଥନରେ ଅଂଶ ଗ୍ରହଣ କରିଥିଲେ । ଏହି ମାରଥନରେ ସଫଳତାର ସହିତ ଅତିକ୍ରମ କରି ଜଣେ ଓଡ଼ିଆ ବଂଶୋଦ୍ଭବ ଭାବେ ରଶ୍ମିକାନ୍ତ ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିପାରିଛନ୍ତି ।

ଏହି ବଲ୍ଲିନ ମାରଥନ ଦୀର୍ଘ ପଥ ଯୋଗୁଁ ୟୁରୋପରେ ଏହା ପ୍ରସିଦ୍ଧି ଲାଭ କରିପାରିଛି ।

ଅବଶ୍ୟ ଏହି ମାରାଥନ ରଶ୍ମିକାନ୍ତଙ୍କ ଲାଗି ପ୍ରଥମ ମାରାଥନ ଦୌଡ଼ ନୁହେଁ, ବରଂ ସେ ୪୨ କିଲୋମିଟର ଦୂରତା ବିଶିଷ୍ଟ ପ୍ରାୟ ୧୭ଟି ବିଶ୍ୱସ୍ତରୀୟ ମାରାଥନରେ ପୂର୍ବରୁ ଅଂଶଗ୍ରହଣ କରିସାରିଛନ୍ତି ।

ଆଗାମୀ ଅକ୍ଟୋବର ୧୩ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଚିକାଗୋ ମାରାଥନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରଶ୍ମିରଞ୍ଜନ ମନସ୍ଥ କରିଛନ୍ତି ।

ଜଣେ ଓଡ଼ିଆ ଭାବେ ବିଦେଶରେ ସଫଳ ମାରାଥନ ରନର୍ ଭାବେ ଏକ ପରିଚୟ ସୃଷ୍ଟି କରିଥିବା ରଶ୍ଚିରଞ୍ଜନ ପିଲାଟିବେଳେ ଆଜମା ରୋଗରେ ପୀଡ଼ିତ ଥିଲେ । ସେ ଗଣମାଧ୍ୟକୁ ସୂଚନାଦେଇ କହିଛନ୍ତି ଯେ, ଧିରେ ଧିରେ ସନ୍ତରଣ କରିବା ସହିତ ଯୋଗ ପ୍ରାଣାୟାମ କରିବା ଫଳରେ ସେ ଧିରେ ଧିରେ ମାରାଥନ ଦୌଡ଼ରେ ଦୌଡ଼ିବାକୁ ସକ୍ଷମ ହୋଇପାରିଥିଲେ ।

ପୂର୍ବରୁ ଦୌଡ଼ ପ୍ରତିଯୋଗିତାମାନଙ୍କରେ ଅଂଶଗ୍ରହଣ କରିବାକୁ ଖୁବ୍ ଇଚ୍ଛା ରହିଥିଲେ ବି ତାଙ୍କର ଆଜମା ରୋଗ ଯୋଗୁଁ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସେ ଥକି ପଡୁଥିଲେ । ମାତ୍ର ଯୋଗ ଓ ପ୍ରାଣାୟାମ ଯୋଗୁଁ ସେ ଦୀର୍ଘ ୪୨ କିଲୋମିଟର ବ୍ୟାପୀ ଆନ୍ତର୍ଜାତୀକ ମାରାଥନ ପ୍ରତିଯୋଗିତାକୁ ଅନାୟାଶରେ ଜିତିପାରୁଛନ୍ତି ।

ରଶ୍ମିକାନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ଧୁମାତ ପଞ୍ଚାୟତର ମୂଳ ବାସିନ୍ଦା । ରାଉରକେଲାର ଉଦିତ ନଗର ହାଇସ୍କୁଲରେ ସେ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ସେ ଭୁବନେଶ୍ୱରସ୍ଥିତ ସିଇଟି ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ସମାପ୍ତ କରିଛନ୍ତି । ରଶ୍ମିରଞ୍ଜନ ହାଓଡ଼ାସ୍ଥିତ ବେଙ୍ଗଲ୍ ଇଞ୍ଜିନିୟରିଂ କଲେଜରୁ ବିଟେକ୍ ପାଶ୍ କରି ପାରିଥିଲେ । ସେ ଅଧୁନା ଲଣ୍ଡନରେ ଟିସିଏସ କମ୍ପାନୀରେ କାର୍ଯ୍ୟରତ ।

Leave A Reply

Your email address will not be published.