Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଅନଲାଇନ୍ ଅଡୁଆ

ଡଃ କୁଳାଙ୍ଗାର 

ମେସେଜ ଏବଂ ଇ-ମେଲରେ କୋଟି କୋଟି ଟଙ୍କା
ଲଟେରୀ ଉଠିଚି ବୋଲି ଯେବେ ମୁଁ ଜାଣୁଛି;
କେତେ ସଂଖ୍ୟା ସହ କେତେଟା ଶୂନ
ଲାଗିବ ବୋଲି ମୁଁ ଗଣୁଛି!
ସତେ ଯଦି ତାହା ଛାଣୁଛି,
ଆମେରିକା ଯାଇ କନିଆ ଆଣନ୍ତି
ମେଲିଣ୍ଡା ବିଲ୍-କୁ ଛାଡି ଦେବାର ମୁଁ ଶୁଣୁଛି!!

ଝିଅଟିଏ ମୋତେ ଫୋନ୍ କରିକି
କହିଲା ତମର ଲଟେରୀ ଉଠିଚି
ଆସିବ ପତ୍ନୀକୁ ଧରି;
ନିୟମ ଆମର ଦି ଜଣ ନହେଲେ ଉପହାର
ଆମେ ଦେଇ ପାରିବୁନି ସରି!
ମୁଁ କହିଲି ଆହେ ନାରୀ,
ଖୋଜି ଖୋଜି ମୁଁ ହାଲିଆ ହାଲିଆ ହେଲିଣି
ଆସିଯାଅ ତମେ ସାଥେ ଉପହାର ଧରି!!

ଅଜଣା ନମ୍ବରୁ ମେସେଜ ଆସିଲା
ଲୋନ୍ ତମର ଯାଇଛି ସାଙ୍କସନ ହୋଇ;
ସବିଶେଷ ପାଇଁ ନିମ୍ନ ଲିଙ୍କ୍-କୁ
ଦିଅନ୍ତୁ ଏବେ ଦବେଇ!
ମୁଁ ତ ଦରଖାସ୍ତ କରିନାଇଁ,
ତଥାପି ଲୋଭରେ ଦବେଇ ଦେବାରୁ ଆକାଉଣ୍ଟ ଖାଲି
ଧାଇଁଚି ଲୋନ୍ ପାଇଁ!!

ପୁଣି କେହି ଜଣେ ଫୋନ୍ କରିକି
କହିଲା ଏଟିଏମ କାର୍ଡ;
ଅପଡେଟ ହେବ ସେଥିପାଇଁ ଗୋଟେ
ଆପ୍ କର ଡାଉନ ଲୋଡ!
କରିଲି ମୁଁ ଧଡାଧଡ,
ବ୍ୟାଙ୍କ୍ ବାଲାନ୍ସ ମୋ ନିମିଷକ ମଧ୍ୟେ
ହୋଇଲା ମୋଟାରୁ ଧେଡ!!

ଫେସବୁକରେ ବିଦେଶିନୀ ଜଣେ
ଫ୍ରେଣ୍ଡ ହୋଇକି ମୋର;
ଯାଚିଲା ନେବାକୁ ମାଗଣାରେ ଅଧା
କଳା ଅର୍ଜନକୁ ତାର!
ଖାଲି ଟିକସ ଦାଖଲ କର,
କହିଲି – କରୋନା ସମ୍ପତ୍ତି ମୋ ଏବେ
ତମେ ସେଇଥିରୁ ଅଧା ଧର!!

ଭୁବନେଶ୍ୱର

Comments are closed.