Latest Odisha News

କରୋନା ଚଡକରେ ଫିକା ପଡିଲା ରଜ…

ଭଦ୍ରକ: ଓଡିଆ ଘରେ ସବୁଠୁ ବଡ ପର୍ବ ରଜ । ହେଲେ ପର୍ବପର୍ବାଣୀରେ ସତେ ଯେମିତି ପୂର୍ଣ୍ଣଛେଦ ପକାଇଛି କରୋନା ମହାମାରୀ । ସହର କଥା ଛାଡନ୍ତୁ ଗାଁ ଗହଳିରେ ବି ସରକାରୀ କଟକଣା ଓ କରୋନା ମହାମାରୀ ପାଇଁ ସମସ୍ତେ ରଜ ମଉଜକୁ ଆଡେଇ ଚାହିଁଥିଲେ ।

ଫିକା ପଡିଛି ରଜ ମଉଜ । ଫାଙ୍କା ପଡିଛି ଗାଁ ଦାଣ୍ଡ । ଘରେ ରହି ଲୋକେ ନାଁକୁ କେବଳ ରଜ ପାଳିଛନ୍ତି । କାଁଭାଁ କେହି ସାହି ପଡାଶାରେ ମିଳିତ ଭାବେ ରଜ ପାଳିବାରେ ନଜରକୁ ଆସିଛି । ଭଦ୍ରକ ସହରାଂଚଳରେ ରଜ ପର୍ବର ଏତେଟା ଝଲକ ମିଳିପାରିନାହିଁ । ହେଲେ ଭଣ୍ଡାରିପୋଖରୀ ସରସଦା ଗାଁରେ କରୋନା କଟକଣା ମଧ୍ୟରେ ଲୋକେ ରଜ ପାଳିଛନ୍ତି ।

ଘରର ବୟସ୍କ ମହିଳାମାନେ ପିଠାପଣା ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ । ଅନ୍ୟପଟେ କୁଆଁରୀ କନ୍ୟାମାନେ ସକାଳୁ ଗାଧୋଇ ନୂଆ ପୋଷାକ ପିନ୍ଧି ରଜ ପର୍ବରେ ମସଗୁଲ ଥିଲେ । ପୋଡ ପିଠା, ଆରିସା ପିଠା, ଏଣ୍ଡୁରି ପିଠା ଓ ଭଳିକିଭଳି ମିଠା ସାଙ୍ଗକୁ ଖିଲି ପାନର ଆସର ମଧ୍ୟ ଜମିଥିଲା । ସମ୍ପୂର୍ଣ୍ଣ ରୂପେ କରୋନା କଟକଣାକୁ ମାନି ନିଜ ଘରବାଡି ପରିସରରେ ଦୋଳିର ବ୍ୟବସ୍ଥା କରି ଛୋଟଛୋଟ ପିଲାମାନେ ପାଳିଥିଲେ ରଜ ପର୍ବ ।

Leave A Reply

Your email address will not be published.