ଭୁବନେଶ୍ୱର: ଟ୍ରାଫିକ୍ ଜାମ କାରଣୁର ଆମ୍ବୁଲାନ୍ସ ଭିତରେ ୫ ବର୍ଷର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛି ମହିଳା ଓ ଶିଶୁ ଆୟୋଗ । ଏନେଇ ଟ୍ରାଫିକ ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି ମହିଳା ଓ ଶିଶୁ ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ । କେଉଁ ପରିସ୍ଥିତିରେ ଶିଶୁର ମୃତ୍ୟୁ ହେଲା, କ୍ୟାପିଟାଲ ହସ୍ପିଟାଲରୁ ନାଲ୍କୋ ଛକ ମଧ୍ୟରେ କେଉଁଠି ଆମ୍ବୁଲାନ୍ସ ଅଟକିଥିଲା ଓ କାହିଁକି ଅଟକିଥିଲା, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ କୁହାଯାଇଛି । ଆମ୍ବୁଲାନ୍ସଗୁଡିକ ଯେଉଁପରି କେଉଁଠି ନ ଅଟକି ବିନା ବାଧାରେ ସିଧାସଳଖ ମେଡିକାଲରେ ପହଂଚିପାରି, ସେ ନେଇ ଟ୍ରାଫିକ୍ ପୋଲିସ ପକ୍ଷରୁ କ’ଣ ବ୍ୟବସ୍ଥା ହୋଇଛି ତାହା ମଧ୍ୟ ଜଣାଇବାକୁ କୁହାଯାଇଛି । ଏଥିସହ କ୍ୟାପିଟାଲ ହସ୍ପିଟାଲକୁ ମଧ୍ୟ ରିପୋର୍ଟ ତଲବ କରିଛନ୍ତି ଆୟୋଗ । ଜଣେ ଅତି ଗୁରୁତର ରୋଗୀକୁ ସ୍ଥାନାନ୍ତର ବେଳେ କି କି ପଦକ୍ଷେପ ନେଇଥିଲେ, ସେ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ଜଣାନ୍ତୁ ବୋଲି ଆୟୋଗ କହିଛନ୍ତି ।
ଅନ୍ୟପଟେ ମୃତ ଶିଶୁର ପରିବାର ଲୋକଙ୍କ ଅଭିଯୋଗ ପରେ କଠୋର ହୋଇଛି କମିସନରେଟ୍ ଟ୍ରାଫିକ ପୋଲିସ । ଜେଣ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏଣିକି ସଂଶୋଧିତ ମୋଟର ଯାନ ଆଇନ୍ରେ ଥିବା ଆମ୍ବୁଲାନ୍ସ ସଂକ୍ରାନ୍ତ ଆଇନ୍କୁ କଡାକଡି ପାଳନ କରାଯିବ । ଏଥିଅନୁଯାୟୀ କେହି ଆମ୍ବୁଲାନ୍ସ କିମ୍ବା କୌଣସି ଜରୁରୀକାଳୀନ ସେବା ଗାଡିକୁ ରାସ୍ତା ନଛାଡିଲେ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ । ଯେଉଁ ବାଇକ୍ କିମ୍ବା କାର୍ ଚାଳକ ଆମ୍ବୁଲାନ୍ସକୁ ରାସ୍ତା ଛାଡୁ ନଥିବେ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯିବ । ଯେଉଁ ଛକରେ ସିସି କ୍ୟାମେରା ଲାଗିଥିବ ସେଠାରେ ଆମ୍ବୁଲାନ୍ସ ଭଳି ଜରୁରୀ କାଳୀନ ସେବା ଗାଡିକୁ କେହି ରାସ୍ତା ନ ଛାଡିବା ଦୃଶ୍ୟ ରେକର୍ଡିଂ ଭିଡିଓ ହସ୍ତଗତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ୍ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହଛନ୍ତି ।
BREAKING NEWS
- ମହିଳା ବନରକ୍ଷୀଙ୍କ ଜୀବନ ହେଲା ଗୋଠଛଡ଼ା ଦନ୍ତା
- ଭୁବନେଶ୍ୱରର ୨ଟି ପ୍ରମୁଖ ରାସ୍ତାରେ ଆରମ୍ଭ ହେବ ପରୀକ୍ଷାମୂଳକ କାର୍ଯ୍ୟକ୍ରମ; ଆମ ବସ୍ ସେବାକୁ ମିଳିବ ପ୍ରାଥମିକତା
- ରୋହିତଙ୍କ ଡେପୁଟି ହେବାକୁ ମନା କଲେ ବୁମରାହ, କ’ଣ ଛାଡ଼ିଦେବେ ଦଳ?
- ୧୦୦ ବର୍ଷ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବ ଜମି…
- କାର୍ ସହ ଜଳିଗଲେ ବ୍ୟକ୍ତି;ହତ୍ୟା ସନ୍ଦେହ
- ୩ ବର୍ଷ ପରେ ପୁଣି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେଲେ ରୋହିତ ଶର୍ମା: ଦଳକୁ ଜିତାଇଛନ୍ତି ୫ଟି ଟାଇଟଲ
- ‘ଭୀମ ମଣ୍ଡଳି’ ଗୁମ୍ଫା ପାଇଁ ଇକୋ-ଟୁରିଜିମ୍ ନୁହେଁ ବରଂ ASI ଦ୍ୱାରା ବୈଜ୍ଞାନିକ ସୁରକ୍ଷା ଆବଶ୍ୟକ: ସଂରକ୍ଷଣ ବିଶେଷଜ୍ଞ
- ପୁଟିନଙ୍କ ସହ ସେଲଫି ନେଲେ ଭାରତର ଏଆଇ କିଡ୍’: ୧୭ ବର୍ଷ ବୟସରେ ଚଳାଉଛନ୍ତି କମ୍ପାନୀ
- ଏନଭିଡିଆର ବଡ଼ ସଫଳତା: ୨୪ ଘଣ୍ଟାରେ ୨.୩ ବିଲିୟନ ଡଲାର ଲାଭ କଲା ଜେନ୍ସନ୍ ହୁଆଙ୍ଗଙ୍କ ଫାଉଣ୍ଡେସନ୍
- Vadodara airbase on target list:AK-47 ସହ ଜୈଶ ସନ୍ଦିଗ୍ଧ ଧରାପଡ଼ିଲା; ବାୟୁସେନା ଘାଟିକୁ ଟାର୍ଗେଟ୍ କରିବାକୁ କରିଥିଲା ଯୋଜନା
Comments are closed.