Latest Odisha News

ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, କାଲିଠୁ ମିଳିବ

ଭୁବନେଶ୍ବର: ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପୁଣି ଥରେ ପ୍ରାଥମିକ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର । ପିଲାଙ୍କୁ ପୋଷଣ ଖାଦ୍ୟ ଯୋଗାଇବାରେ ସରକାର ପ୍ରତିଶ୍ରୁତି ବଦ୍ଧ ଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍‌ରେ ମଧ୍ୟାହ୍ନ ଭୋଜନ ରାଶି ବୃଦ୍ଧି କରିଛନ୍ତି । ଯାହାକି ଆସନ୍ତାକାଲିଠୁ ପିଲାଙ୍କ ଖାଇବା ଖର୍ଚ୍ଚରେ ମିଶିକି ଆସିବ ।

ତେବେ ଆସନ୍ତା କାଲିଠୁ ବର୍ଦ୍ଧିତ ଖର୍ଚ୍ଚ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ପୂର୍ବରୁ ଖାଇବା ଖର୍ଚ୍ଚ ୫ ଟଙ୍କା ୯୦ ପଇସା ରହିଥିବା ବେଳେ ଏବେ ଏହି ସ୍କିମ୍ ଅଧିନରେ ଏହି ଖର୍ଚ୍ଚକୁ ୭.୬୪ ପଇସାକୁ ବଢ଼ାଇଛନ୍ତି ସରକାର । ସେହିପରି ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଟଙ୍କା ୯୪ ପଇସାକୁ ଖର୍ଚ୍ଚ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ୮ ଟଙ୍କା ୮୨ ପଇସା ରହିଥିଲା ।

ତେବେ କହିରଖୁଛୁ, ରାଜ୍ୟରେ ବିଜେପି ସରକାର ଆସିବା ପରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚକୁ୧ଟଙ୍କା ବୃଦ୍ଧି କରାଯାଇଥିଲା । ଏବେ ପୁଣି ଥରେ ଏହି ଖର୍ଚ୍ଚକୁ ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି ସରକାର । ଯାହା ଡିସେମ୍ବର ପହିଲା ଅର୍ଥାତ୍ ଆସନ୍ତାକାଲି ଠାରୁ ଲାଗୁ ହେବାକୁ ଯାଉଛି ।

Comments are closed.