Latest Odisha News

ସେନା ଦିବସରେ ଦିଆସିଲି କାଠିରେ ଟ୍ୟାଙ୍କ ତିଆରି କଲେ ଯୁବଶିଳ୍ପୀ ଶାଶ୍ୱତ

ପୁରୀ : ଦିଆସିଲି କାଠିରେ ସେନା ଦିବସର ଶୁଭେଚ୍ଛା । ଏହି ଅବସରରେ ଦେଶର ରିଅଲ ହିରୋଙ୍କୁ କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ପୁରୀ କୁମ୍ଭାରପଡାର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ।  ଆଜି ଦେଶ ପାଳୁଛି ୭୪ ତମ ଜାତୀୟ ସେନା ଦିବସ । ଶାଶ୍ୱତ ରଞ୍ଜନ ସାହୁ ଦିଆସିଲ କାଠିରେ ଏକ ଦେଶୀ ଟି -୯୦ ଭୀଷ୍ମ ଟ୍ୟାଙ୍କ ମଡେଲ ତିଆରି କରିଛନ୍ତି ।

୫ ଦିନ ଲାଗି ପ୍ରାୟ ୧୭୭୪ ଟି ଦିଆସିଲ କାଠି ବ୍ୟବହାର କରି ସେ ଏହି ମଡେଲ ତିଆରି କରିଛନ୍ତି ।ସେନା ଅଧିକାରୀ ଓ ଯବାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସେ ଏହି ମଡେଲ ତିଆରି କରିଛନ୍ତି ।୧୫ ଇଞ୍ଚ ଲମ୍ବ ଓ ୮ ଇଞ୍ଚ ପ୍ରସ୍ତ ବିଶିଷ୍ଟ ଏହି ମଡେଲକୁ ସେ ବିଭାଗୀୟ ଅଧିକାରୀଙ୍କୁ ଭେଟେ ଦେବା ପାଇଁ ନିର୍ମାଣ କରିଛନ୍ତି ।

 

Comments are closed, but trackbacks and pingbacks are open.