Latest Odisha News

BREAKING NEWS

ଗୃହରେ ପ୍ରବଳ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ଵର: ଆଜି ବି ଗୃହରେ ଅଚଳାବସ୍ଥା । ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । କିନ୍ତୁ ଗତକାଲି ପରି ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ୪ଟା ଯାଏଁ ଗୃହ କାର୍ଯ୍ୟକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ଆଦିବାସୀ ଜମି ହସ୍ତାନ୍ତର ସମ୍ପର୍କିତ କ୍ୟାବିନେଟରେ ନିଷ୍ପତ୍ତି ଏବଂ ସ୍ଥଗିତ ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ବିରୋଧୀ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲାକାର୍ଡ ଧରି ହୋହଲ୍ଲା କରିଥିଲେ । ଏହି କାରଣରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।

ସୂଚନାଯୋଗ୍ୟ ଯେ, ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ଗତକାଲି ଗୃହରେ ପ୍ରବଳ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ପରେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ପରେ ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ହୋଇଥିଲା । ଶେଷରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହେବା ନେଇ ଆଶା ପ୍ରକଟ କରାଯାଇଥିଲା । ମାତ୍ର ଗୃହ କାର୍ଯ୍ୟ ସ୍ୱାଭାବିକ ନହେବାରୁ ପୁନର୍ବାର ଗୃହକୁ ମୁଲତବି କରିଥିଲେ ବାଚସ୍ପତି ।

 

Leave A Reply

Your email address will not be published.