Latest Odisha News

ବିଜେବି କ୍ୟାମ୍ପସରୁ ଛାତ୍ରଙ୍କୁ ଉଠେଇ ନେଲା ପୋଲିସ: ଗେଟରେ ତାଲା ପକାଇ ଉତ୍ତ୍ୟକ୍ତ ଛାତ୍ରଙ୍କ ରାଜପଥ ଅବରୋଧ

ଭୁବନେଶ୍ୱର: ଭୁବନେଶ୍ୱର ବିଜେବି କଲେଜରେ ଛାତ୍ର ଉତ୍ତେଜନା  ।  କଲେଜ ଗେଟ୍‌ରେ ତାଲା ପକାଇ ରାଜପଥ ଅବରୋଧ  କଲେ ଛାତ୍ର । କଲେଜ କ୍ୟାମ୍ପସରୁ ଜଣେ ପୂର୍ବତନ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପ୍ରତିବାଦରେ ରାଜପଥ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଏକ ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଛି । ଛାତ୍ରଛାତ୍ରୀମାନେ ରାସ୍ତାରେ ବସି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ପୋଲିସ ଉଠାଇ ନେଇଥିବା ଛାତ୍ରଙ୍କ ନାଁରେ ପୂର୍ବରୁ ମାମଲା ରହିଥିବା ପୋଲିସ କହୁଥିବା ଜଣାଯାଇଛି ।

ଗତ ରାତିରୁ ବିଜେପି କଲେଜରେ ଦେଖା ଦେଇଥିଲା ଉତ୍ତେଜନା । କଲେଜର ପୁରାତନ ଛାତ୍ର ସ୍ମୃତିରଂଜନ ପଣ୍ଡାଙ୍କୁ କ୍ୟାମ୍ପସରୁ ଗତକାଲି ରାତି ପ୍ରାୟ ୮ଟାରୁ ୯ଟା ମଧ୍ୟରେ ପୁଲିସ୍‌ ଉଠାଇ ନେଇଛି ।  ଏ ସମ୍ପର୍କରେ ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଥିଲେ  । ତେବେ ଅଧ୍ୟକ୍ଷ ଲିଖିତ ଭାବେ ଜଣାଇବାକୁ କହିଥିଲେ । ଏହାପରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଳାଇବା ସହ ଗେଟରେ ତାଲା ପକାଇ ରାଜପଥ ଅବରୋଧ କରିଥିଲେ । ଏପରିକି ରାସ୍ତା ଉପରେ ଟାୟାର ଜାଳିଥିଲେ ।

ତେବେ ପୋଲିସ ସ୍ମୃତି ରଞ୍ଜନଙ୍କୁ କାହିଁକି ଉଠାଇ ନେଇଛି ତାହା ସ୍ପଷ୍ଟ କରିନି ।

Leave A Reply

Your email address will not be published.