Latest Odisha News

ଛାତ୍ରୀ ଉଦ୍ଭାବନ କଲେ ଅଦ୍ଭୁତ ଜୋତା : ପିନ୍ଧିଲେ ଲୋକେସନ କରିବ ଟ୍ରାକ, ଚାର୍ଜ ହେବ ମୋବାଇଲ, ଲାପ୍‌ଟପ୍

୩ ଛାତ୍ରୀଙ୍କ କମାଲ । ଉଦ୍ଭାବନ କଲେ ଅଦ୍ଭୁତ ଜୋତା, ଯାହା ପିନ୍ଧିଲେ ଲୋକେସନ ତ ଟ୍ରାକ ହେବ । ତାହାସହିତ ମୋବାଇଲ ଓ ଲାପ୍‌ଟପ୍ ବି ଚାର୍ଜ ହେବ । ମାନେ ଅଲ୍‌-ଇନ୍‌-ୱାନ । ଏହି ଅଦ୍ଭୁତ ଜିନିଷକୁ ଉଦ୍ଭାବନ କରି ଏମାନେ ଏବେ ସୋସିଆଲ ମିଡ଼ିଆରେ ଛାଇ ହୋଇ ଯାଇଛନ୍ତି ।

ଛତିଶଗଡର ପିଥୋରାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ରେ ପଢୁଥିବା ୩ ଛାତ୍ରୀଙ୍କ ଚମତ୍କାର ଉଦ୍ୟମକୁ ନେଇ ଏବେ ସବୁଠି ଖୁବ୍ ଚର୍ଚ୍ଚା । ବାସ୍ତବରେ ସେମାନେ କିଛି ଭିନ୍ନ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏହି ୩ ଛାତ୍ରୀ କାରିଗରୀ ଜ୍ଞାନ କୌଶଳ ପ୍ରୟୋଗ କରି ଏମିତି ଏକ ଜୋତା ତିଆରି କରିଛନ୍ତି, ଯାହା ଆପଣଙ୍କ ଲୋକେସନକୁ ଟ୍ରାକ୍ କରିପାରିବ । ଏଥିସହିିତ ଏହା ଚାର୍ଜର ଭଳି ମଧ୍ୟ କାମ କରିବ । ଅର୍ଥାତ୍ ଜୋତାରୁ ଯେ କେହି ମୋବାଇଲ ଏବଂ ଲାପ୍‌ଟପ୍ ବି ରି-ଚାର୍ଜ କରିପାରିବେ । ସେମାନଙ୍କ ଏହି ଉଦ୍ଭାବନକୁ ନେଇ ସାଧାରଣରେ ସେମାନଙ୍କୁ ଖୁବ୍ ସାବାସି ମିଳିଛି ।

ଏହି ୩ ଛାତ୍ରୀ ହେଲେ ମଘା ସିହ୍ନା, ଆଲିଫା ଭୋଇ ଏବଂ ପ୍ରୀତି ଚୌହାନ । ତିଜି ଜଣଯାକ ପିଥୋରୋ ସଂସ୍କାର ଶିକ୍ଷଣ ସଂସ୍ଥାନର ସହାୟତାରେ ଏହି ଜୋତା ପ୍ରସ୍ତୁତ କରିଛନ୍ତି । ସଂସ୍ଥାନର ଯୁବ ବୈଜ୍ଞାନିକ ଗୌରବ ଚନ୍ଦ୍ରକର କହିଛନ୍ତି ଯେ, ଏହା ସାଧାରଣ ଜୋତା ନୁହେଁ । ଏହାକୁ ହାଇଟେକ୍ ଜୋତା କହିବା ଠିକ୍ ହେବ । ଜୋତା ପିନ୍ଧି ଚାଲିଲେ ମୋବାଇଲ ଏବଂ ଲାପ୍‌ଟପ୍ ଚାର୍ଜ ହେବା ସହିତ ଲୋକେସନ ଟ୍ରାକ କରିପାରିବ । ଏହି ଜୋତାରେ ଏମିତି ସିଷ୍ଟମ ଲଗାଯାଇଛି, ଯାହା କୌଣସି ଅସୁବିଧା ସମୟରେ ହାଇ ଭୋଲଟେଜ୍‌ର ଝଟ୍‌କା ମଧ୍ୟ ଦେବ । ଜୋତାରେ ଲାଗିଥିବା ଜିପିଆରଏସ୍ ସିଷ୍ଟମ ଦ୍ୱାରା ଜୋତା ବ୍ୟବହାରକାରୀଙ୍କ ପାଖରେ ସୁବିଧା ଅସୁବିଧାରେ ପରିବାର ଲୋକେ ଓ ପୋଲିସ ପହଞ୍ôଚପାରିବେ । ସେ ଆହୁରି କହିଛନ୍ତି ଯେ, ଏହି ଜୋତା ମହିଳାଙ୍କ ସୁରକ୍ଷା ଦିଗରେ ବିଶେଷ ସହାୟକ ହେବ । ତାହାସହିତ ସେନାରେ କାର୍ଯ୍ୟରତ ଯବାନଙ୍କ ପାଇଁ ମଧ୍ୟ ଏହା କିଛି ମାତ୍ରାରେ ସୁରକ୍ଷା କବଚ ହୋଇପାରିବ । ମଜା କଥା ହେଲା ସୋସିଆଲ ମିଡ଼ିଆରେ ଏହି ଉଦ୍ଭାବନକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ଆଗକୁ କେମିତି ଏହି ହାଇଟେକ୍ ଜୋତା ବଜାରରେ ଶସ୍ତାରେ ମିଳିପାରିବ ସେନେଇ ଏହି ତିନି ଛାତ୍ରୀ ଉଦ୍ୟମ ଚଳାଇଛନ୍ତି । ପୂର୍ବରୁ ଏହି ଛାତ୍ରୀମାନେ ଏକ ହାଇଟେକ୍ ଚଷମା ତିଆରି କରି ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.