Latest Odisha News

BREAKING NEWS

ଆଜି ୩ୟ ଦିନରେ ବି କମ୍ପିବ ବିଧାନସଭା: ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ଆଜି ବି  ବିଭିନ୍ନ ପ୍ରସଙ୍ଗରେ ଗୃହରେ ସରଗରମ ଆଲୋଚନା ହେବ  । ଗତକାଲି ଦିନ ତମାମ ହୁଲସ୍ତୁଲ ହୋଇଥିଲା ବିଧାନସଭା  । ପ୍ରଶ୍ନକାଳ ଆରମ୍ଭ ରୁ ହିଁ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା  । ଫଳରେ ଗୃହକୁ ମୁଲତବୀ ରଖାଯାଇଥିଲା । ବିଜେପି ସଦସ୍ୟ ମାନେ ଗୃହରେ ଫାଇଭ୍-ଟି ସଚିବଙ୍କ ଗସ୍ତ ସମ୍ପର୍କରେ ପ୍ରସଙ୍ଗ ଉଠାଇ ନାରାବାଜି କରିଥିବାବେଳେ ବିଜେଡି ସଦସ୍ୟମାନେ କେନ୍ଦ୍ରୀୟ ଅବହେଳାର ପ୍ରସଙ୍ଗ ଉଠାଇଥିଲେ ।

BjdElectrycity

ସେପଟେ ଗତକାଲି ବିଧାନସଭାରେ  ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ ଆଣ୍ଡ ମ୍ୟାନେଜମେଣ୍ଟ ବିଲ ଆଗତ ହୋଇଛି ।  ଯାହାଦ୍ବାରା ଆପାର୍ଟମେଣ୍ଟ କ୍ରେତା ମାନେ ଲାଗବାନ ହୋଇପାରିବେ । କ୍ରେତାମାନେ ଆପାର୍ଟମେଣ୍ଟର ସ୍ବତନ୍ତ୍ର ମାଲିକାନା ଏବଂ ଅଧିକାର ପାଇବେ  । ବିଲ୍ଡର ମାନେ ଆଉ ମନମାନୀ କରିପାରିବେ ନାହିଁ । ପ୍ରମୋଟର ମାନେ ଆପାର୍ଟମେଣ୍ଟ  କିଣୁଥିବା ବ୍ୟକ୍ତିଙ୍କୁ ରେଜିଷ୍ଟ୍ରେସନ ଦେବେ। ଯଦି କୌଣସି ପ୍ରକାର ବେନିୟମ କିମ୍ବା ଅସାଧୁ କାର୍ଯ୍ୟ ହେବ , ତେବେ ପ୍ରମୋଟରଙ୍କୁ ଏଥିଲାଗି ୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ  ।

Leave A Reply

Your email address will not be published.