ଭୁବନେଶ୍ୱର : ଦିଲ୍ଲୀ ବିମାନବନ୍ଦରରେ ବିଜେଡି ନେତା ମଦପିଇବା ଘଟଣାସହ ଗଣ୍ଡଗୋଳ କରିଥିବାର ଅଭିଯୋଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ବିଜେଡିକୁ ଟାର୍ଗେଟ କରିଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ବିଜେଡି ସରକାରଙ୍କୁ ଘେରିଥିଲେ । ରାଜ୍ୟରେ ନିଶା କାରବାର ବଢୁଥିବା ଖବର ବିଜେଡି ନାତାଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ପ୍ରମାଣିତ ହୋଇଥିବାର ଅଭିଯୋଗ ଆଣିଛନ୍ତି ।
ଜାତୀୟ ସ୍ତରରେ ଓଡିଶାକୁ ଅପମାନିତ କରିବାସହ ନିନ୍ଦିତ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଯେଉଁ ପୁରସ୍କାର ଗ୍ରହଣ କରିଥିଲେ ସେଠାରେ ରାଜ୍ୟ ସରକାର ନିୟମ ଉଂଲଘନ କରିଥିବାର ଅଭିଯୋଗ ଆଣିଛନ୍ତି ଇରାଶିଷ । କୌଣସି ବେସରକାରୀ ସଂସ୍ଥା ଜାତୀୟ ପ୍ରତୀକକୁ ବ୍ୟବହାର କରିପାରିବେ ନାହିଁ ନିୟମ ଥିବା ବେଳେ କେମିତି ମୁଖ୍ୟମନ୍ତ୍ରୀ ସେ ପୁରସ୍କାର ଗ୍ରହଣ କଲେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି ଯୁବ ମୋର୍ଚ୍ଚା ।
ବିଜେପି ଯୁବ ମୋର୍ଚ୍ଚାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ବିଜେଡି ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀ । ଏହି ଘଟଣାକୁ ଭିତ୍ତିହୀନ ଓ ଅସତ୍ୟ ବୋଲି କହିଥିଲେ । ନୂଆକରି ଦିଲ୍ଲୀ ଯାତ୍ରା କରିଥିବାରୁ ବିମାନବନ୍ଦରରେ ବିଳମ୍ବ ହୋଇଯାଇଥିଲା । ବିଧାୟକ ବ୍ୟୋମକେଶ ରାୟଙ୍କର ବିଳମ୍ବ ହୋଇଯାଇଥିବାରୁ ସେହି କଥାକୁ ନେଇ ବିମାନବନ୍ଦରରେ ପାଟିତୁଣ୍ଡ ହୋଇଥିଲା । ବିଜେପି ଯୁବ ମୋର୍ଚ୍ଚାର ଏହି ଅଭିଯୋଗକୁ ଖଣ୍ଡନ କରିବାସହ ବିଜେପିର ଏହା କାଳ୍ପନିକ ଅଭିଯୋଗ ବୋଲି ବିଜେଡି ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀ କହିଥିଲେ ।
Comments are closed.