Latest Odisha News

ବରିଷ୍ଠ ଆଇଆରଏସ ଅଧିକାରୀ ଜେ.ବି ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସୋମବାର ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ର ଚେୟାରମ୍ୟାନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ମେ ୨୭ ରେ ସିବିଡିଟିର ସଦସ୍ୟ ଭାବରେ ମନୋନୀତ ହୋଇଥିବା ଜେ.ବି ମହାପାତ୍ର ହେଉଛନ୍ତି ୧୯୮୫ ବ୍ୟାଚ୍ ଅଧିକାରୀ। ବର୍ତ୍ତମାନର ଚେୟାରମ୍ୟାନ୍ ପିସି ମୋଦିଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପରେ ସେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି।

ଓଡିଶାରେ ଜନ୍ମିତ ଆଇଆରଏସ ଅଧିକାରୀ ଆସନ୍ତା ଦିନରେ ଏସିସି ଦ୍ୱାରା ନିୟମିତ ସିବିଡିଟି ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇପାରନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୨୦୨୨ ରେ ଶେଷ ହେବ।

ଏହି ନିଯୁକ୍ତି ପୂର୍ବରୁ ସେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଅଞ୍ଚଳ ପାଇଁ ଆୟକର ମୁଖ୍ୟ କମିଶନର ଭାବରେ କାର୍ଯ୍ୟ କରୁଥିଲେ।

Leave A Reply

Your email address will not be published.