Latest Odisha News

BREAKING NEWS

ଏବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ନୂଆଦିଲ୍ଲୀ: ଦେଶରେ ଚାଷୀକୂଳ ପାଇଁ ଖୁସି ଖବର । ଏବର୍ଷ ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ସ୍ୱାଭାବିକ ରହିବ । ଜୁନରୁ ସେପ୍ଟେମ୍ୱର ଲଙ୍ଗ ଟର୍ମ ଆଭରେଜରେ ୧୦୧ପ୍ରତିଶତ ବୃଷ୍ଟିପାତ ହୋଇପାରେ । ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୯୬ରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ୱାଭାବିକ ବର୍ଷା ବୋଲି ଆକଳନ କରାଯାଏ । କେନ୍ଦ୍ରୀୟ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ।

ଉତ୍ତର ଓ ଦକ୍ଷିଣ ଭାରତରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଉତ୍ତର-ପୂର୍ବ ଭାରତରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ରୀୟ ଭାରତରେ ଯାଉଛି ଓଡ଼ିଶା । ତେଣୁ ଜୁନରେ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଯାହାକି ଚାଷୀକୂଳ ପାଇଁ ଏକ ଆଶ୍ୱସ୍ତିକର ଖବର । ଆସନ୍ତା ୩ ତାରିଖରେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବର୍ଷ ଦୁଇ ଦିନ ବିଳମ୍ବରେ ପହଞ୍ଚିବ ମୌସୁମୀ ବାୟୁ ।

Leave A Reply

Your email address will not be published.